Earthquake: ନେପାଳରେ 6.1 ତୀବ୍ରତାରେ ଥରିଲା ମାଟି, ଘରୁ ବାହାରି ଆସିଲେ ଲୋକେ

ନେପାଳରେ ବଡ଼ ଧରଣର ଭୂକମ୍ପ । ସମଗ୍ର ହିମାଳୟ ଅଞ୍ଚଳରେ ଝଟକା ଅନୁଭୂତ ହୋଇଥିଲା ।

ନୂଆଦିଲ୍ଲୀ:  ନେପାଳରେ ଭୂକମ୍ପରେ ଥରିଲା ମାଟି । ଶୁକ୍ରବାର ସକାଳେ ନେପାଳରେ 6.1 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ପ୍ରଥମ ଥର ପାଇଁ କାଠମାଣ୍ଡୁ ନିକଟରେ ଏବଂ ଦ୍ୱିତୀୟ ଥର ପାଇଁ ବିହାର ସୀମା ନିକଟରେ ଭୂମିକମ୍ପ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିଲା। ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।

ନେପାଳର ସିନ୍ଧୁପାଲଚୌକ୍ ଜିଲ୍ଲାର ଭୈରବ କୁଣ୍ଡ ନିକଟରେ ମଧ୍ୟରାତ୍ରୀ ପ୍ରାୟ ୨.୩୫ ସମୟରେ ଭୂମିକମ୍ପ ହୋଇଥିଲା। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଭୂମିକମ୍ପର ତୀବ୍ରତା 6.1 ମାପ କରିଥିଲା । କିନ୍ତୁ ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହାର ତୀବ୍ରତା 5.5 ବୋଲି କହିଛି ।

ଶକ୍ତିଶାଳୀ ଭୂକମ୍ପ ଝଟକା- ଯଦି ଦେଖିବା ୬.୧ ତୀବ୍ରତାର ଭୂମିକମ୍ପକୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ଏବଂ ଏହା ବହୁତ କ୍ଷତି କରିପାରେ । ଏଭଳି ଭୂକମ୍ପ ହେଲେ କୋଠାରେ ଫାଟ ମଧ୍ୟ ଦେଖାଯାଇପାରେ।

ନେପାଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୂମିକମ୍ପ ହେବାକୁ ଲୋକେ ଘରୁ ଦୌଡି ବାହାରକୁ ଚାଲି ଆସିଥିଲେ । କିନ୍ତୁ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ସାମ୍ନାକୁ ଆସି ନାହିଁ । ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରାଯାଇଛି । ଭୂକମ୍ପ ଝଟକା 35 ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।