ଗାଜିଆବାଦ୍: ମଝି ରାସ୍ତାରେ ଜଳିଗଲା ସିଲିଣ୍ଡର ଭର୍ତ୍ତି ଟ୍ରକ୍ ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଗାଜିଆବାଦ୍ ଭୋପୁରା ଛକ ଲୋନୀ ଅଞ୍ଚଳରେ ।
ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳଛି ।
ଭୟଙ୍କର ବିସ୍ଫୋରଣ: ଏକାଥରକେ ୧୦ରୁ ଅଧିକ ସିଲିଣ୍ଡରରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା ।
କେହି କିଛି ବୁଝିବା ଆଗରୁ ଧୂଆଁମୟ ହୋଇଯାଇଥିଲା ପୂରା ପରିବେଶ ।
ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ କହିବାନୁଯାୟୀ ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଅନେକ କିଲୋମିଟରର ପର୍ଯ୍ୟନ୍ତ ଏହାର ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ।
ପାଉଁଶ ହେଲା କାଠ ଗୋଦାମ: ଟ୍ରକ୍ ନିଆଁରେ ୩ଟି ଘର, କାଠ ଗୋଦାମ ଓ ହୋଟେଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛିା
#WATCH | Ghaziabad, UP: A massive fire broke out in a truck loaded with gas cylinders at Bhopura Chowk on the Delhi Wazirabad Road in the Teela Mod police station area. Fire brigade officials and employees are on the spot but due to the blast, the fire brigade personnel are not… pic.twitter.com/RI16N9PJu5
— ANI (@ANI) January 31, 2025