fbpx

ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ ସହ ମହାଦେବ ନଗରୀରେ ପହଞ୍ଚିଲେ ସଚ୍ଚିନ ତେନ୍ଦୁଲକର, କାଶୀ ବିଶ୍ୱନାଥ ମନ୍ଦିରରେ କଲେ ପୂଜା

ନୂଆଦିଲ୍ଲୀ:ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଆଜି ବାରଣାସୀରେ ପହଞ୍ଚିଛନ୍ତି ଓ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସଚ୍ଚିନଙ୍କ ସହିତ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ବି ଏହି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଏହା ପୂର୍ବରୁ ସଚ୍ଚିନ ରବି ଶାସ୍ତ୍ରୀ, ସୁନିଲ ଗାଭାସ୍କର ଓ ଦିଲ୍ଲୀପ ଭେଙ୍କସର୍କାରଙ୍କ ସହିତ ଫ୍ଲାଇଟରୁ ଫଟୋ ସେୟାର କରିଥିଲେ ।

ବାରଣାସୀରେ ନିର୍ମାଣ ହେବାକୁ ଯାଉଥିବା ଅନ୍ତଃରାଷ୍ଟ୍ରୀୟ ଷ୍ଟାଡିୟମର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସଚ୍ଚିନ ଅଂଶଗ୍ରହଣ କରିବାକୁ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଏହି ଷ୍ଟାଡିୟମର ଶିଳାନ୍ୟାସ କରିବେ । ଅନ୍ତଃରାଷ୍ଟ୍ରୀୟ ଷ୍ଟାଡିୟମରେ ଭଗବାନ ଶିବ ଓ କାଶୀର ଝଲକ ଦେଖିବାକୁ ମିଳିବ ।

ଏହି ଷ୍ଟାଡିୟମ ନିର୍ମାଣ ହେବା ପରେ ପୂର୍ବାଞ୍ଚଳ କ୍ରିକେଟ୍ ପ୍ରେମୀଙ୍କୁ ଆଉ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ୍ ଦେଖିବା ଲାଗି ବାହାରକୁ ଯିବାକୁ ପଡିବ ନାହିଁ । ୪୫୧ କୋଟି ଟଙ୍କା ବ୍ୟୟରେ ଏହି ଅନ୍ତଃରାଷ୍ଟ୍ରୀୟ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି । ବାରଣାସୀ ରାଜାତାଲାବ ଗଞ୍ଜାରୀ ଗ୍ରାମ ସ୍ଥିତ ରିଙ୍ଗ ରୋଡ୍ ନିକଟରେ ନିର୍ମାଣ ହେଉଥିବା ଏହି ଷ୍ଟାଡିୟମ ୩୦ ମାସ ମଧ୍ୟରେ ନିର୍ମାଣ ହୋଇଯିବ ।

Get real time updates directly on you device, subscribe now.