fbpx
BSKY SKY
BSKY SKY

ମସ୍ତିପୁଟରେ ଥମୁନି ଝାଡାବାନ୍ତି : ୫ ଗୁରୁତରଙ୍କ ଚାଲିଛି ଚିକିତ୍ସା,ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି

BSKY

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ସଦର ବ୍ଲକର ମସ୍ତିପୁଟ ଗ୍ରାମରେ ଝାଡାବାନ୍ତି ଥମିବାର ନାଁ ନେଉନି । ଗ୍ରାମର ୧୯ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୫ଜଣ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ଶିଶୁ ସହିତ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଥିବା ବେଳେ ଦୁଇ ଜଣ ସୁସ୍ଥ୍ୟ ହୋଇ ଫେରିଛନ୍ତି ।

ମସ୍ତିପୁଟ ଖ୍ରୀଷ୍ଟିଆନ ସାହିର ସରୋଜିନି ଖୋସଲା, ଯଯାତି କନ୍ଧପାନ ଓ ଆଶିକା କୁଳଦୀପ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ପୂର୍ବରୁ ଏହି ଗ୍ରାମର ଆଦିବାସୀ ସାହି, ରଣା ସାହି ଓ ଖ୍ରିଷ୍ଟୀଆନ ସାହିର ୧୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି । ବର୍ତମାନ ସ୍ଥିତି ନିୟନ୍ତ୍ରଣଧୀନ ରହିଛି । ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଥିବା ସିଡିଏମ୍‌ଓ ଡ. ଅରୁଣ କୁମାର ପାଢି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.