fbpx

Prostate Cancerରୁ ଦୂରେଇ ରଖେ ନିୟମିତ ହସ୍ତମୈଥୁନ: ବିଶେଷଜ୍ଞ ଦେଲେ ଏଭଳି ମତ

ନୂଆଦିଲ୍ଲୀ: ହସ୍ତମୈଥୁନ ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ପସନ୍ଦ ବା ନାପସନ୍ଦ ହୋଇଥାଏ । କିନ୍ତୁ ନିୟମିତ କରିବା ଦ୍ୱାରା ଏକ ବଡ ରୋଗରୁ ରକ୍ଷା ମିଳିପାରେ ବୋଲି କହିଛନ୍ତି ବିଶେଷଜ୍ଞ । କ୍ୟାନ୍ସର ଭଳି ଏକ ବଡ ବ୍ୟାଧିରୁ ହସ୍ତମୈଥୁନ ରକ୍ଷା କରିପାରେ ବୋଲି ସେମାନେ ମତ ଦେଇଛନ୍ତି । ଏହା ଚିନ୍ତା ବା ଚାପରୁ ମୁକ୍ତି ଦେବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ସାହାଯ୍ୟ କରିଥାଏ ବୋଲି ପ୍ରକାଶ କରିଛନ୍ତି ବିଶେଷଜ୍ଞ । କିନ୍ତୁ ଆପଣ ଜାଣିଛନ୍ତି କି ଲଗାତାର ହସ୍ତମୈଥୁନ କରିବା ଦ୍ୱାରା ପ୍ରେଷ୍ଟେଟ କ୍ୟାନ୍ସର ଭଳି ରୋଗର ସମ୍ଭାବନାକୁ କମ୍ କରିଥାଏ ?

ହାର୍ଭାଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ରିସର୍ଚ୍ଚରୁ ଏ ନେଇ ପ୍ରମାଣ ମିଳିଛି । ୨୦୧୬ରେ ପ୍ରକାଶିତ ହୋଇଥିବା ଏକ ଜର୍ଣ୍ଣାଲରେ ଏ ନେଇ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ଯେ, ଗୋଯିଏ ମାସରେ ୨୧ ବା ଅଧିକ ଥର ହସ୍ତମୈଥୁନ କରୁଥିବା ପୁରୁଷ ପ୍ରୋଷ୍ଟେଟ କ୍ୟାନ୍ସର ରୋଗ ହେବାର ସମ୍ଭାବନାକୁ ପ୍ରାୟ ୩୩ ପ୍ରତିଶତ ହ୍ରାସ କରିପାରନ୍ତି । ତେବେ ଏହାର ଏକ ରେଜଲ୍ଟ ପାଇଁ ବିଶେଷଜ୍ଞ ୩୧,୯୨୫ ଜଣ ପୁରୁଷଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ । ମାସକୁ ତେତେ ଥର ସେମାନେ ହସ୍ତମୈଥୁନ କରନ୍ତି, ଏହି ପ୍ରଶ୍ନ ପଚାରି ସେ ଅନୁସନ୍ଧାନକୁ ଆଗେଇ ନେଇଥଲେ । ତେବେ ୧୮ ବର୍ଷର ଏହି ଗବେଷଣା ପରେ ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ପ୍ରୋଷ୍ଟେଟ କ୍ୟାନ୍ସରରେ ପୀଡିତ ହୋଇଥିଲେ । ତେବେ ଏମାନଙ୍କୁ ୩ଟି ଭିନ୍ନ ସମୟରେ ମୂଲ୍ୟାଙ୍କନ କରାଯାଇଥିଲା । ପ୍ରଶ୍ନପତ୍ର ହସ୍ତାନ୍ତର ଗୋଟିଏ ବର୍ଷ ପୂର୍ବରୁ, ସେମାନଙ୍କ ୨୦ ବର୍ଷ ବୟସରେ ଏବଂ ୪୦ ବର୍ଷରେ ସେମାନଙ୍କୁ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡିତିଲା ଯେ, ନିୟମିତ ହସ୍ତମୈଥୁନ କରୁଥିବା ବ୍ୟକ୍ତିମାନଙ୍କ ଦେହରେ ପୋଷ୍ଟେଟ କ୍ୟାନ୍ସରର ସଂକ୍ରମଣ ଅନ୍ୟମାନଙ୍କ ଅପେକ୍ଷା କମ୍ ରହିଛି ।

ତେବେ ସିଦ୍ଧାନ୍ତରେ ପହଞ୍ଚିବା ପରେ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ହସ୍ତମୈଥୁନ କାହିଁକି ଏବଂ କିପରି ଆବଶ୍ୟକ ବୋଲି ବୁଝି ପାରିନାହାନ୍ତି ବିଶେଷଜ୍ଞ । ହସ୍ତମୈଥୁନ ଦ୍ୱାରା ବିଷାକ୍ତ ପଦାର୍ଥ ଏବଂ ଜୀବାଣୁଗୁଡିକୁ ଶରୀରରୁ ବାହାର କରିବାରେ ସାହାଯ୍ୟ ହୋଇଥାଏ । ତେବେ ପ୍ରୋଷ୍ଟେଟ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ହସ୍ତମୈଥୁନ ଏକମାତ୍ର ଉପାୟ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ । ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଆହୁରି ଅନେକ ଉପାୟ ରହିଛି ।

Get real time updates directly on you device, subscribe now.