fbpx
BJD
BJD SKY
BJD SKY

ବଢ଼ିବ ମହଙ୍ଗା ଭତ୍ତା! ହୋଲି ଅବସରରେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଗିଫ୍ଟ ଦେବେ ମୋଦୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଓ ଅଲଗା ଅଲଗା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଲକ୍ଷ ଲକ୍ଷ କର୍ମଚାରୀମାନେ ବର୍ତ୍ତମାନ ସମୟରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ନେଇ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ମୋଦୀ ସରକାର ହୋଲି ପୂର୍ବରୁ ଡିଏ ଓ ଡିଅରନେଟ ରିଲିଫ୍ (ଡିଆର) ବୃଦ୍ଧି କରିବେ ବୋଲି କର୍ମଚାରୀମାନେ ଆଶା କରିଥିଲେ । ମାତ୍ର ଆସନ୍ତାକାଲି ହୋଲି ପଡ଼ୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏ ବାବଦରେ କୌଣସି ସୂଚନା ଦିଆଯାଇନାହିଁ ।

ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୮ ପ୍ରତିଶତ ଡିଏ ପାଉଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । କେନ୍ଦ୍ରୀୟ ବଜେଟରେ ଡିଏକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଏଥିସହିତ ଜାନୁଆରୀ-ଫେବୃଆରୀ ମାସର ଏରିଅର ମଧ୍ୟ ମିଳିବ ବୋଲି କୁହାଯାଉଥିଲା । ଡିଏ ୪ ପ୍ରତିଶତ ବୃଦ୍ଧି ପାଇଁ କମର୍ଚାରୀ ସଂଗଠନ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇନାହିଁ ।

ତେବେ ହୋଲି ଅବସରରେ କେନ୍ଦ୍ର ସରକାର ଯଦି ଡିଏ ବୃଦ୍ଧି କରନ୍ତି, ତେବେ ଏହାର ଫାଇଦା ୪୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀଙ୍କୁ ମିଳିବ । ସାଧାରଣ ଭାବେ ବର୍ଷର ଜାନୁଆରୀ ଓ ଫେବୃଆରୀ ଦୁଇ ମାସରେ ଡିଏ ଓ ଡିଆର ବୃଦ୍ଧି ହେବା ନେଇ ନିୟମ ରହିଛି । ମାତ୍ର ଗତ କିଛିବର୍ଷ ମଧ୍ୟରେ ଏ କ୍ଷେତ୍ରରେ କିଛିଟା ବିଳମ୍ବ ହେଉଥିବାର ଦେଖାଯାଉଛି ।

ପୂର୍ବରୁ ୬ଷ୍ଠ ବେତନ କମିଶନ ଫିଟମେଣ୍ଟ ହାର ୧.୮୬ ପ୍ରତିଶତ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ । ସେହିପରି ସପ୍ତମ ବେତନ କମିଶନ ୨.୫୭ ପ୍ରତିଶତ ପାଇଁ ସୁପାରିଶ କରିଥିଲେ । ତେବେ ବର୍ତ୍ତମାନ ଫିଟମେଣ୍ଟ ପ୍ୟାକ୍ଟର ୩.୬୮ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ଦାବି ହୋଇଛି । ଯଦି ଏହି ଦାବି ପୂରଣ ହୁଏ, ତେବେ କର୍ମଚାରୀଙ୍କ ସର୍ବନିମ୍ନ ସାଲାରୀ ୧୮ ହଜାରରୁ ୨୬ ହଜାରକୁ ବୃଦ୍ଧି ପାଇବ ।

Get real time updates directly on you device, subscribe now.