fbpx
BSKY
BJD SHG SKY
BJD YOUTH SKY

ଅପରେସନ୍ ବେଳେ ଗର୍ଭବତୀଙ୍କର ହୋଇଗଲା ମୃତ୍ୟୁ, ବାହାର ପଟରୁ ତାଲା ଦେଇ ଫେରାର୍ ହେଲେ ଡାକ୍ତର-କର୍ମଚାରୀ

ନୂଆଦିଲ୍ଲୀ: ପ୍ରସବ ପାଇଁ ଆସିଥିବା ଜଣେ ୨୫ ବର୍ଷୀୟା ମହିଳାଙ୍କର ଅପରେସନ୍ ସମୟରେ ମୃତ୍ୟୁ ହୋଇଗଲା । ଏହାପରେ ଭୟରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବାହାର ପଟରୁ ତାଲା ଦେଇ ଫେରାର୍ ହୋଇଯାଇଛନ୍ତି । ଏହିଭଳି ଏକ ଘଟଣା ଘଟିଛି ୟୁପିର ଇଟାୱାର ଗୋଟିଏ ଘରୋଇ ହସ୍ପିଟାଲରେ । ଘଟଣା ସାମନାକୁ ଆସିବା ପରେ ପରିବାର ଲୋକେ ମହିଳାଙ୍କ ମୃତଦେହକୁ ହସ୍ପିଟାଲ ବାହାରେ ରଖି ହଙ୍ଗାମା କରିଛନ୍ତି । ଖବର ପାଇ ପୋଲିସ୍ ଓ ବରିଷ୍ଠ ଅଧିକାରୀ ମାନେ ସେଠାରେ ପହଞ୍ଚିଥିଲେ ।

ପୋଲିସ୍ ହସ୍ପିଟାଲର ତାଲା ଭାଙ୍ଗି ସମସ୍ତ ରୋଗୀଙ୍କୁ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମେନ୍ତ ସିଫ୍ଟ କରିଥିଲା । ଏହାପରେ ସିଏମଓଙ୍କ ନିର୍ଦ୍ଦେଶ ପରେ ଡେପୁଟି ସିଏମଓ ହସ୍ପିଟାଲକୁ ସିଲ୍ କରିଛନ୍ତି । ଘଟଣାକୁ ନେଇ ତଦନ୍ତ କରିବାକୁ ନିର୍ଦ୍ଦେ ଦିଆଯାଇଛି ।

ସୂଚନା ଅନୁସାରେ, ଇଟାୱାର ଏହି ଘରୋଇ ହସ୍ପିଟାଲରେ ଜଣେ ମହିଳା ପ୍ରସବ ପାଇଁ ଆଡମିଟ୍ ହୋଇଥିଲେ । ତେବେ ହସ୍ପିଟାଲର ରେଜିଷ୍ଟ୍ରେସନ୍ ସିଏମଓ ଅଫିସ୍ ରେ ଦାୟର୍ ହୋଇଛି । ଗତକାଲି ଏହି ମହିଳା ପ୍ରସବ ପାଇଁ ଆଡମିଟ୍ ହୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହସ୍ପିଟାଲ ପ୍ରଶାସନ ଭୟ କାରଣରୁ ସକାଳ ହେବା ପରେ ମୃତ ମହିଳାଙ୍କୁ ବାହାର କରଦେଇଥିଲା ଓ ପରିଜନଙ୍କୁ ମଧ୍ୟ ଧକ୍କା ଦେଇ କାଢ଼ି ଦେଇଥିଲା ।

ଏହାକୁ ନେଇ ଯେତେବେଳେ ହଙ୍ଗାମା ହେବା ଆରମ୍ଭ ହେଲା ସେଠାକାର କର୍ମଚାରୀ ମାନେ ହସ୍ପିଟାଲର ମୁଖ୍ୟ ଗେଟ୍ ରେ ତାଲା ପକାଇ ଫେରାର୍ ହୋଇଗଲେ । ଅନେକ ରୋଗୀ ତା ଭିତରେ ବନ୍ଦ ହୋଇଗଲେ । ସୂଚନା ପାଇ ପୋଲିସ୍ ସେଠାରେ ପହଞ୍ଚିଥିଲା ଓ ତାଲା ଭାଙ୍ଗି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । ବର୍ତ୍ତମାନ ଉକ୍ତ ହସ୍ପିଟାଲ ଉପରେ ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.