fbpx
BJD
BJD SKY
BJD SKY

ଦୁଇ IAS ଅଧିକାରୀଙ୍କୁ କେନ୍ଦ୍ରରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ୟାଡରର ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି । ସେମାନେ ହେଲେ ୧୯୯୦ ବ୍ୟାଚର ଦୁଇ ଅଧିକାରୀ ମନୋଜ ଆହୁଜା ଓ ଆରତୀ ଆହୁଜା । ମନୋଜଙ୍କୁ କେନ୍ଦ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଓଏସଡି ଭାବେ ଦାୟିତ୍ୱ ମିଳିଛି । ଆସନ୍ତା ମାର୍ଚ୍ଚ ୩୧ରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ । ସେହିପରି ଆରତୀଙ୍କୁ କେନ୍ଦ୍ର ରସାୟନ ଓ ପେଟ୍ରୋକେମିକାଲ୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଏ ବାବଦରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ଆଇଏଏସ କ୍ୟାଡର ନିୟମ ସଂଶୋଧନକୁ ନେଇ ବିଭିନ୍ନ ରାଜ୍ୟ ପକ୍ଷରୁ ବିରୋଧ ଜାରି ରହିଛି । ଓଡ଼ିଶା ସରକାର ମଧ୍ୟ ଏ ବାବଦରେ କେନ୍ଦ୍ରକୁ ବିରୋଧ କରିଛନ୍ତି । ଆଇଏଏସ କ୍ୟାଡର ନିୟମ-୧୯୫୪ର ୬(୧)କୁ କେନ୍ଦ୍ର ସରକାର ସଂଶୋଧନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ନିୟମ କାର୍ଯ୍ୟକାରୀ ହେଲେ ରାଜ୍ୟମାନଙ୍କର ବିନା ଅନୁମତିରେ କେନ୍ଦ୍ର ସରକାର ପ୍ରଶାସନିକ ଅଧିକାରୀଙ୍କୁ ଡେପୁଟେସନରେ ନେଇପାରିବେ । କିଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହା ବିରୋଧରେ ମତ ଦେଇଛନ୍ତି । ଏହାଦ୍ୱାରା କେନ୍ଦ୍ରର ଏକଛତ୍ରବାଦ ବଢ଼ିଯିବ ବୋଲି ରାଜ୍ୟ ସରକାର ଏହାକୁ ବିରୋଧ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.