fbpx
BJD
BJD SKY
BJD SKY

ଉଲଗ୍ନ ଅବସ୍ଥାରେ ୧୦ ବର୍ଷୀୟ ଛାତ୍ରଙ୍କ ମୃତଦେହ ଠାବ, ଆଖିରେ ଲୁହାକଣ୍ଟା….

ନୂଆଦିଲ୍ଲୀ: ଜଣେ ୧୦ ବର୍ଷୀୟ ନାବାଳକଙ୍କର ଉଲଗ୍ନ ମୃତଦେହ ଠାବ ହୋଇଛି । ଅତ୍ୟନ୍ତ ଘୃଣ୍ୟ ଭାବେ ତାଙ୍କୁ ହତ୍ୟା କରାଯାଇଛି ।  କୁକର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ଏହିଭଳି ଏକ ଘଟଣା ୟୁପିର କାନପୁରରୁ ସାମନାକୁ ଆସିଛି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଫରେନସିକ୍ ଲ୍ୟାବ୍ କୁ ପଠାଇଛି ।

ସୂଚନା ଯେ, ମୃତଦେହଟିକୁ ଉଲଗ୍ନ ଅବସ୍ଥାରେ ଠାବ କରାଯାଇଥିଲା । ଶରୀରର ବିଭିନ୍ନ ଅଙ୍ଗରେ ରକ୍ତ ଲାଗିଛି । ଅନ୍ୟପଟେ ଫରେନସିକ୍ ଏକ୍ସପର୍ଟ ମାନେ କହିଛନ୍ତି ଯେ, ନାବାଳିକାଙ୍କ ଆଖିରେ କଣ୍ଟା ବାଡ଼େଇ ଦେଇଥିବା ପ୍ରତୀତ ହେଉଛି । ମୁହଁରେ ଥିବା ଦାଗକୁ ଦେଖି ଲାଗୁଛି ଯେପରି ସିଗାରେଟ୍ ଚେଙ୍କ ଲଗାଯାଇଛି । ବେକରେ ଥିବା ଦାଗକୁ ଦେଖି ଲାଗୁଛି ଯେପରି ଦୁର୍ବୃତ୍ତ ମାନେ ଗୋଡରେ ନାବାଳିକାଙ୍କ ବେକକୁ ଚିପି ମାରିଦେଇଛନ୍ତି । ପୋଷ୍ଟ୍ ମଟମ୍ ପାଇଁ ମୃତଦେହଟିକୁ ପଠାଇଦିଆଯାଇଛି ।

ପୋଲିସ୍ ଦେଇଥିବା ସୂଚନା ମୁତାବକ, ସୋମବାର ଦିନ ଖରାବେଳେ ଖେଳିବା ପାଇଁ ନାବାଳକ ଜଣକ ବାହାରକୁ ଯାଇଥିବା ସମୟରେ ନିଖୋଜ ହୋଇଯାଇଥିଲେ । ଏହାପରେ ମଙ୍ଗଳବାର ଦିନ ଗାଁର ରାମେନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଫାର୍ମରୁ ଉଲଗ୍ନ ଅବସ୍ଥାରେ ପାଡ଼ିତାଙ୍କ ମୃତଦେହ ଠାବ ହୋଇଥିଲା । ଖାଲି ସେତିକି ନୁହେଁ ପୀଡ଼ିତାଙ୍କ ପୋଷାକ ଅନ୍ୟ ଏକ ସ୍ଥାନରୁ ଠାବ ହୋଇଥିଲା ।

Get real time updates directly on you device, subscribe now.