fbpx
BJD
BJD SKY
BJD SKY

ନିର୍ବାଚନ ସରିବା ପରେ ବଢ଼ିବ ପେଟ୍ରୋଲ୍ ଦର, ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ହୋଇଯାଇଛି ୯୩ ଡଲାର ‌

ନୂଆଦିଲ୍ଲୀ: ଆସନ୍ତା ମାସଠାରୁ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ପୁଣି ମହଙ୍ଗା ହୋଇପାରେ । ବର୍ତ୍ତମାନ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦରଦାମ୍ ବୃଦ୍ଧିକୁ ଅଟକାଇ ଦିଆଯାଇଛି । ନିର୍ବାଚନ ଶେଷ ହେବାପରେ ପେଟ୍ରୋଲ୍ ଦାମ୍‌ ପୁଣି ବଢ଼ିବ । ପୁଣିଥରେ ହନ୍ତସନ୍ତ ହେବେ ସାଧାରଣ ଲୋକେ ।

ପେଟ୍ରୋଲ ଦର ବୃଦ୍ଧିର ମୁଖ୍ୟ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୩ ଡଲାର ‌ହୋଇଯାଇଛି । ଦୁଇ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ଏହାର ପ୍ରଭାବ ସିଧାସଳଖ ତୈଳ ବଜାର ଉପରେ ପଡ଼ୁଛି ଓ ତୈଳ ଯୋଗାଣ ହ୍ରାସ ପାଇଛି । ଅନ୍ୟପଟେ, ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ସୁନିଲ କୁମାର ସିହ୍ନା କହିଛନ୍ତି ଯେ, ଏବେ ତୈଳ ଦର ଉପରେ ଅର୍ଥନୀତି ନୁହେଁ ରାଜନୀତିର ପ୍ରଭାବ ରହିଛି । ଯଦି ଅଶୋଧିତ ତୈଳ ଦାମ୍ ଏଭଳି ଉଚ୍ଚ ସ୍ତରରେ ବଜାୟ ରହିବ ତେବେ ନିର୍ବାଚନ ଶେଷ ହେବା ମାତ୍ରେ ଗ୍ରାହକଙ୍କୁ ଦରବୃଦ୍ଧିର ଝଟ୍‌କା ଲାଗିବ । ତେଲ କଂପାନିଗୁଡ଼ିକ କମ୍ ଦାମ୍‌ରେ ତେଲ ବିକି ଏବେ ଯେଉଁ କ୍ଷତି ସହୁଛନ୍ତି ତାହାକୁ ସେମାନେ ଦରବୃଦ୍ଧି ଜରିଆରେ ଭରଣା କରିବାକୁ ପ୍ରୟାସ କରିବେ ।

ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ୍‌ ବ୍ୟାପିବା ପରେ ତୈଳ ଚାହିଦା ହଠାତ୍ ହ୍ରାସ ପାଇଥିଲା। ଫଳରେ ୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୯ ଡଲାରକୁ ଖସିଯାଇଥିଲା। ଏହାପୂର୍ବରୁ ୨୦୨୧ ନଭେମ୍ବର ୪ରେ ଏହାର ଦାମ୍ ୮୪ ଡଲାର ଭଳି ଉଚ୍ଚ ସ୍ତରରେ ଥିଲା। ଗତବର୍ଷ ନଭେମ୍ବର ୪ ପରେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୧୨ ଡଲାର ବଢ଼ିଛି । ଏବେ ତାହା ୯୩ ଡଲାରରେ ପହଞ୍ଚିଯାଇଛି ।

 

Get real time updates directly on you device, subscribe now.