fbpx
BJD
BJD SKY
BJD SKY

ଆଇପିଏଲ୍ ୨୦୨୨: ତିନି ଫ୍ରାଞ୍ଚାଇଜଙ୍କ ଅଧିନାୟକ ଦୌଡରେ ସଂଖ୍ୟାଧିକ ବିଦେଶୀ ଖେଳାଳି

ନୂଆଦିଲ୍ଲୀ : ଆଇପିଏଲର ତିନି ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗସ୍କ, ରୟାଚାଲଞ୍ଜସ ବାଙ୍ଗୋଲୋର ଓ କୋଲକାତା ନାଇଟ ରାଇଡର୍ସ ଫ୍ରାଞ୍ଚାଇଜର ଅଧିନାୟକ ହେବା ପାଇଁ ଚର୍ଚ୍ଚାରେ ଅଛନ୍ତି ସଂଖ୍ୟାଧିକ ବିଦେଶୀ ଖେଳାଳି । ସେହିପରି ଭାରତର ମଧ୍ୟ ଅନେକ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଇଓନ ମୋର୍ଗାନ(ଇଂଲଣ୍ଡ),ଅଷ୍ଟ୍ରେଲିଆ ଟେଷ୍ଟ ଦଳ ଅଧିଡ଼ାୟକ ପ୍ୟାଟ୍‌ କ୍ୟୁମିନ୍ସ, ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ତଥା ୱିକେଟ କିର କ୍ୱିଣ୍ଟନ ଡି କକ୍‌,ଫାଫ ଡୁ ପ୍ଳେସିସ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଡେଭିଡ ୱାର୍ଣ୍ଣର, ଷ୍ଟିଭ୍‌ ସ୍ମିଥ୍‌, ପୂର୍ବତନ ବଂଲାଦେଶ ଅଧିନାୟକ ସକିବ ଅଲ ହାସନ, ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଜାସୋନ ହୋଲଡର । ସେହିରି ଭାରତର ରବିଚନ୍ଦ୍ରନ ଅଶ୍ୱିନ, ଦିନେଶ କାର୍ତ୍ତିକ, ଭୁବେନଶ୍ୱର କୁମାର, ଶେୟସ ଆୟାର, ଅଜିଙ୍କ୍ୟ ରାହାଣେ ପ୍ରମୁଖ ଏହି ଦୌଡରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.