fbpx

ସଟଡାଉନ ବେଳେ ବନ୍ଦ ରହିବ ମାଟ୍ରିକ ଖାତାଦେଖା

Advertisement

କଟକ, ୬ା୬(ଓଡ଼ିଶା ଭାସ୍କର): ସଟଡାଉନ ପାଇଁ ବନ୍ଦ ରହିବ ମାଟ୍ରିକ ଖାତା ଦେଖା । ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୩୦ ତାରିଖ ଯାଏଁ ସପ୍ତାହର ପ୍ରତି ଶନିବାର ଓ ରବିବାର ୧୧ଜିଲ୍ଲା ସଟଡ଼ାଉନ ରଖିବାକୁ ସରକାର ଘୋଷଣା କରିଛନ୍ତି । ତେଣୁ ୧୧ଜିଲ୍ଲାରେ ଜୁନ ମାସରେ ୮ଦିନ ମାଟ୍ରିକ ଖାତା ଦେଖା ବନ୍ଦ ରହିବ । ଏନେଇ ବୋର୍ଡ଼ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଏହାସହ ସଟଡ଼ାଉନରେ ବନ୍ଦ ରହିବାକୁ ଥିବା ୮ଦିନର କାମ ଭରଣା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.