fbpx

ମାଟ୍ରିକ୍ ରେଜଲ୍ଟ ପାଇଁ ଚୁଡାନ୍ତ ପଦ୍ଧତି

ଭୁବନେଶ୍ୱର, ୭/୫(ଓଡିଶା ଭାସ୍କର): ମାଟ୍ରିକ୍ ରେଜଲ୍ଟ ପାଇଁ ଚୁଡାନ୍ତ ପଦ୍ଧତିକୁ ଅନୁମୋଦନ ଦେଇଛନ୍ତି ବୋର୍ଡ । ନବମ ଏବଂ ଦଶମ ଶ୍ରେଣୀର ମାର୍କ ଆଧାରରେ ମୁଲ୍ୟାୟନ ହେବ । ନବମର ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷା ମାର୍କକୁ ଆଧାର କରି ବିଚାର କରାଯିବ ବୋଲି ଆଜି ବୋର୍ଡ ପକ୍ଷରୁ କୁହାଯାଇଛି । ସୁଚନା ଅନୁସାରେ ଦଶମର ୨ୟ, ୩ୟ, ଏବଂ ୪ର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ବିଚାର କରି ଚୁଡାନ୍ତ ନିଷ୍ପତି ନିଆଯିବ । ଏଥିରେ ନବମର ୪୦ ପ୍ରତିଶତ ଏବଂ ଦଶମର ୬୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ । କରୋନା ମହାମାରୀ କାରଣରୁ ପରୀକ୍ଷା ସବୁକୁ ପୁର୍ବରୁ ବାତିଲ କରିଦିଆଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୁଚନା ଦେଇଥିଲେ ।

ଆହୁରି ମଧ୍ୟ ଦଶମରେ ପରୀକ୍ଷା ଦେଇନଥିଲେ ୯ମ ମାର୍କକୁ ଆଧାର କରି ବିଚାର କରାଯିବ । ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ । ଯେଉଁ ମେଧାବୀ ଛାତ୍ର ମାନେ ଏହି ପ୍ରକ୍ରିୟାରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ସେମାନେ ଆଉ ଥରେ ପରୀକ୍ଷା ଦେଇପାରିବେ । ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ମେ ମାସ ସୁଦ୍ଧା ସବୁ ପ୍ରକ୍ରିୟା ଶେଷ ହେବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.