fbpx
BSKY SKY
BSKY SKY

ଖୁସି ଖବର : ଓଡ଼ିଶାରେ ଆଜି ୮୪୦୧ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

BSKY

ଭୁବନେଶ୍ୱର,୭।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୩୧ ହଜାର ୬୫୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୮୨୫ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୯୩୧ ଜଣ, କଟକରୁ ୪୮୧, ନବରଙ୍ଗପୁରରୁ ୩୪୬, ଝାରସୁଗୁଡାରୁ ୩୪୩, ଅନୁଗୁଳରୁ ୩୨୨, ମୟୂରଭଞ୍ଜରୁ ୩୦୮, ସମ୍ବଲପୁରରୁ ୩୦୭, ନୂଆପଡ଼ାରୁ ୨୯୭, ପୁରୀରୁ ୨୮୭ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.