fbpx

ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର:(ଓଡିଶା ଭାସ୍କର): ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ୍ । ମାଟ୍ରିକ୍ ମୂଲ୍ୟାୟନ ସଠିକ୍ ଭାବେ କରାଯାଉଛି । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଚାଲିଛି ଚେଷ୍ଟା ।

ଏବେ ସ୍କୁଲ ଖୋଲା ଯିବା ନେଇ କହିବା ସମ୍ଭବ ନୁହେଁ । ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିାବ ନେଇ ନିଷ୍ପତ୍ତି ନେବେ । ଏନେଇ ଆସନ୍ତା ୧୭ରୁ ୟୁଟ୍ୟୁବ୍ ରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ଦିଆଯିବା ଶିକ୍ଷାଦାନ । ଦିନ ୧୦.୩୦ରୁ ୧ ପର୍ଯ୍ୟନ୍ତ ପାଠ ପଢା ହେବ ।ପ୍ରତିଦିନ କ୍ଲାସର ବ୍ୟବଧାନ ୩୦ ମିନିଟ୍ ରହିବ । ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପାଠପଢାରେ ଆନୁଷଙ୍ଗିକ ବ୍ୟବସ୍ଥା କରିବେ । ସେହିପରି ଯୁକ୍ତଦୁଇ କମିଟି ରିପୋର୍ଟ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ସମ୍ପର୍କରେ ନିଷ୍ପତ୍ତି ନେବେ ।

Get real time updates directly on you device, subscribe now.