fbpx

ଜୁଲାଇ ୨୯ରେ ବାହାରିବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୨୭ ।୭(ଓଡିଶା ଭାସ୍କର): ଚଳିତ ମାସ ବା ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ୨ଟି ୱେବସାଇଟ ଓ ଏସଏମଏସରେ ପରୀକ୍ଷା ରେଜଲ୍ଡ ପ୍ରକାଶ ପାଇବ । ତେବେ ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏହା ସହ କରୋନା ଯୋଦ୍ଧା ଭାବେ ଶିକ୍ଷକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ।

ସେହିପରି+୨ ରେଜଲ୍ଡକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ତୃତୀୟ ସପ୍ତାହ ଭିତରେ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିପାରେ । ଅଗଷ୍ଟ ମାସ ଶେଷ ସୁଦ୍ଧା +୨ କଳାର ରେଜଲ୍ଟ ବାହାରିପାରେ । କରୋନା ପାଇଁ ଖାତାଦେଖାରେ ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.