fbpx

ସରିଲା ଖାତାଦେଖା, ୩୧ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର,୧୩ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଶେଷ ହୋଇଛି ମାଟ୍ରିକ ଖାତାଦେଖା । ଏବେ ଆରମ୍ଭ ହୋଇଛି ଟାବୁଲେସନ । ଜୁଲାଇ ୩୧ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ବାହାରିବ ବୋଲି ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।

ତେବେ ଏଥର ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ୬୦ କେନ୍ଦ୍ରରେ ଖାତା ଦେଖିଥିଲେ ୧୫ ହଜାର ଶିକ୍ଷକ । ଖୁବଶୀଘ୍ର ଏହାର ରେଜଲ୍ଟ ବାହାରିଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.