fbpx

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ କାଲି ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ www.besodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏହା ସହ ୱେସାଇଟ bseodisha.nic.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ ।

ଇଣ୍ଟରନେଟ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ମୋବାଇଲ ଏସଏମଏସରେ ବି ରେଜଲ୍ଟ ଦେଖିପାରିବେ । ନିଜ ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ରେଜଲ୍ଟ ଜାଣିପାରିବେ ।

ତେବେ କୋଭିଡ ଯୋଗୁଁ ଏପ୍ରିଲ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା ହୋଇଥିଲା । ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଇଚ୍ଛାଧୀନ ପରୀକ୍ଷା ଦେଇପାରିବେ । କୋଭିଡ ସ୍ଥିତି ସୁଧୁରିବା ପରେ ଇଚ୍ଛାଧୀନ ପରୀକ୍ଷା ହୋଇପାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.