fbpx

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଚଳିତ ବର୍ଷ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୨୨ା୧ (ଓଡିଶା ଭାସ୍କର): ସମସ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ଆଉ ପଡ଼ିବ ନାହିଁ । ଅନ୍ୟ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ନିରୀକ୍ଷକ ଭାବେ ଉକ୍ତ ସ୍କୁଲ ମାନଙ୍କରେ କାର୍ଯ୍ୟ କରିବେ । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆସନ୍ତା ମେ ୩ରୁ ୧୫ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଛାତ୍ରଛାତ୍ରୀ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ଦେବେ । ସେଥିମଧ୍ୟରେ ୫୦ ନମ୍ବର ଅବଜେକଟିଭ୍ ଓ ୩୦ ନମ୍ବର ସବଜେକଟିଭ୍ ରହିବ । ମାତ୍ର ପରୀକ୍ଷା ଫଳ ପ୍ରକାଶ ସମୟରେ ୧୦୦ ନମ୍ବରରୁ ମୂଲ୍ୟାଙ୍କନ କରାଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ସମୟ ଦିଆଯିବ । ପିଲାମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ, ଅନ୍ୟ ସ୍କୁଲର ପରୀକ୍ଷକ ଯୋଗଦେବେ । ସକାଳ ୮ଟାରୁ ୧୦ଟା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.