ମୌନି ଅମାବାସ୍ୟାରେ ଗଠନ ହେଉଛି ଏହି ୩ଟି ମହାଶୁଭ ଯୋଗ, ଆଜି ୫ କାର୍ଯ୍ୟ କରି ସବୁ ଦୁଃଖ କରନ୍ତୁ ଦୂର

ମୌନି ଅମାବାସ୍ୟା ଦିନ ଅନେକ ଶୁଭ ଯୋଗ ଗଠନ ହେଉଛି। ଏହି ଦିନ କେଉଁ କାର୍ଯ୍ୟ କରିବାରେ ଆପଣଙ୍କୁ ଲାଭ ମିଳିବ, ଆସନ୍ତୁ ଜାଣିବା..

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ମୌନି ଅମାବାସ୍ୟା ଏକ ପବିତ୍ର ଦିନ। ପୂଜା କରିବା ବ୍ୟତୀତ ଏହି ଦିନ ଦାନ ଏବଂ ସ୍ନାନ ପାଇଁ ମଧ୍ୟ ବହୁତ ଶୁଭ ଅଟେ। ମହାକୁମ୍ଭର ଦ୍ୱିତୀୟ ଅମୃତ ସ୍ନାନ ମଧ୍ୟ ମୌନି ଅମାବାସ୍ୟାରେ କରାଯାଇଥାଏ।

ଏହା ବ୍ୟତୀତ ମୌନି ଅମାବାସ୍ୟା ଉପରେ ଅନେକ ଶୁଭ ଯୋଗ ମଧ୍ୟ ଗଠନ ହୋଇଛି। ଏହି ଶୁଭ ଯୋଗରେ କିଛି କାମ କରି ନିଜର ସମସ୍ତ ଦୁଃଖ ଦୂର କରିପାରିବେ। ଆସନ୍ତୁ ଜାଣିବା ମୋୖନି ଅମାବାସ୍ୟାରେ କେଉଁ କାର୍ଯ୍ୟ କରିବା ଦ୍ୱାରା ଶୁଭଫଳ ମିଳିଥାଏ।

ମୌନି ଅମାବାସ୍ୟାରେ ଶୁଭ ଯୋଗ: ମୌନି ଅମାବାସ୍ୟା ଶୁଭ ଦିନରେ, ସୂର୍ଯ୍ୟ-ବୁଧ ଏବଂ ଚନ୍ଦ୍ର ବର୍ଷ ବର୍ଷ ପରେ ମକର ରାଶିରେ ଏକ ସଂଯୋଗ ହୋଇଛନ୍ତି। ପ୍ରାୟ 5 ଦଶନ୍ଧି ପୂର୍ବରୁ ଏପରି ଯୋଗ ହୋଇଥିଲା।

ଏହା ସହ, ମୌନି ଅମାବାସ୍ୟାରେ 144 ବର୍ଷ ପରେ ମହାକୁମ୍ଭର ଏକ ଶୁଭ ସଂକେତ ରହିଛି। ଏହା ସହ ଶୁଭ ଶିବ ଯୋଗ ମଧ୍ୟ ଏହି ଦିନ ଗଠିତ ହୋଇଛି।

ମୌନି ଅମାବାସ୍ୟାରେ ୫ଟି କାମ କରିବା ଶୁଭ:
-ମୌନି ଅମାବାସ୍ୟା ଦିନ ପିତୃପୁରୁଷ ଦୋଷକୁ ଦୂର କରିବା ଲାଗି ଦାନ କରିବା ଆବଶ୍ୟକ। ୨୯ ତାରିଖରେ ଗଠିତ ହେଉଥିବା ଶୁଭ ଯୋଗରେ ଏହା କରିବା ଦ୍ୱାରା ପିତୃପୁରୁଷ ଖୁସି ହୋଇଥାଆନ୍ତି।

-ଏହି ଦିନ ମୌନି ବ୍ରତ ରଖିବାରେ ଆପଣଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ହୋଇପାରେ। ଆଧ୍ୟାତ୍ମିକ ଉନ୍ନତି ପାଇଁ ଏହି ଦିନ ମୌନ ରଖିବା ଆବଶ୍ୟକ। ଏହା ଦ୍ୱାରା ଆତ୍ମିକ ଏବଂ ମାନସିକ ଶାନ୍ତି ମଧ୍ୟ ମିଳିଥାଏ।

-ମୌନି ଅମାବାସ୍ୟା ଦିନ ଆପଣ ଚଉରା ମୂଳେ ତୁଳସୀଙ୍କ ପାଖେ ଘିଅ ଦୀପ ଜାଳନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ କଷ୍ଟ ଦୂର ହେବା ସହ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ। ଆର୍ଥିକ ଲାଭ ମଧ୍ୟ ହେବ।

– ମୌନି ଅମାବାସ୍ୟା ଦିନ ଆପଣ ଭିକାରୀ ଏବଂ ସହଯୋଗ ଲଡୁଥିବା ଲୋକଙ୍କୁ ସାହାଯ୍ୟ ଏବଂ ଦାନ କରନ୍ତୁ। ଏହା କରିବା ଦ୍ୱାରା ଭଗବାନଙ୍କ କୃପା ମିଳିଥାଏ। ଏହା ବ୍ୟତୀତ ଆପଣ ଗାଈ, କୁକୁର, କାଉ ଆଦି ପଶୁ ପକ୍ଷୀଙ୍କୁ ରୁଟି ଖୁଆଇବାରେ ମଧ୍ୟ ଆପଣଙ୍କୁ ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

-ମୌନି ଅମାବାସ୍ୟାରେ ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ଶିବଙ୍କ ପୂଜା ଅବଶ୍ୟ କରିବା ଆବଶ୍ୟକ। ଏଥିସହ ମାଆ ଲକ୍ଷ୍ମୀ ଏବଂ ବୃନ୍ଦାବତୀଙ୍କୁ ପୂଜା କରିବା ଦ୍ୱାରା ଦୁଃଖ ଦୂର ହୋଇଥାଏ।