fbpx

IPL ଅଧାରୁ RCB ଛାଡ଼ିଲେ ମ୍ୟାକ୍ସୱେଲ: ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳରୁ ବାହାରିଗଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଘଡ଼ିସନ୍ଧି ମୁହୂର୍ତ୍ତରେ ପଡ଼ିଛି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ୭ଟି ମ୍ୟାଚରୁ ୬ଟି ମ୍ୟାଚପରେ ପରାସ୍ତ ହୋଇ ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରିସ୍ଥିତିରେ ପହଞ୍ଚିଛି । ଆଉ ଗୋଟିଏ ପରାଜୟ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେଇପାରେ । ଏଭଳି ପରିସ୍ଥିତିରେ ବେଙ୍ଗଲୁରୁକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲ ଅଧାରୁ ଦଳର ହାତ ଛାଡ଼ିଛନ୍ତି । ଟୁର୍ଣ୍ଣାମେଣ୍ଟ ସରିବା ପୂର୍ବରୁ ଅନିଶ୍ଚିତ କାଳ ପାଇଁ ଆରସିବିରୁ ଦୂରେଇ ଯାଇଛନ୍ତି ଦଳର ଷ୍ଟାର ଅଲରାଉଣ୍ଡର ମ୍ୟାକ୍ସୱେଲ ।

ରିପୋର୍ଟ ଅନୁସାରେ, ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବର୍ତ୍ତମାନ ଆଇପିଏଲ-୨୦୨୪ରୁ ନିଜକୁ ହଟାଇ ଦେଇଛନ୍ତି । ତେବେ ଏହା ପଛର କାରଣ ମାନସିକ ତଥା ଶାରୀରିକ କ୍ଳାନ୍ତ ଯୋଗୁଁ ଦଳରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୂରେଇ ରହିବାକୁ ସେ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଆରସିବିର ପ୍ରଥମ ୬ଟି ମ୍ୟାଚରେ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ଖରାପ ରହିଥିବା ବେଳେ ସପ୍ତମ (ବନାମ ସନରାଇଜର୍ସ ହାଇଦ୍ରାବାଦ) ମ୍ୟାଚରେ ତାଙ୍କୁ ସୁଯୋଗ ଦିଆ ଯାଇ ନଥିଲା । ତେବେ ଏହି ମ୍ୟାଚରେ ତାଙ୍କୁ ଚୟନ ନ କରିବା ପାଇଁ ଟିମ ମ୍ୟାନେଜମେଣ୍ଟକୁ ସେ ଅନୁରୋଧ କରିଥିଲେ । ବେଙ୍ଗଲୁରୁ ପକ୍ଷରୁ ଚଳିତ ସିଜନର ୬ଟି ମ୍ୟାଚରେ ମ୍ୟାକ୍ସୱେଲ ମାତ୍ର ୩୨ ରନ୍ କରିଥିବା ବେଳେ ୩ଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ସେହିପରି ବୋଲିଂ ମଧ୍ୟ ମାତ୍ର ୪ଟି ୱିକେଟ ହାସଲ କରିଛନ୍ତି ଷ୍ଟାର ଅଲରାଉଣ୍ଡର ।

ମ୍ୟାଚ ପରେ ମ୍ୟାକ୍ସୱେଲ କହିଛନ୍ତି ଯେ, ଦଳରେ ସକରାତ୍ମକ ଭାବରେ ଯୋଗ ଦାନ କରି ପାରୁ ନଥିବାରୁ ଦଳରୁ କିଛି ଦିନ ବିଶ୍ରାମ ପାଇଁ ସେ ଅନୁରୋଧ କରିଥିଲେ । ପ୍ରଥମ କିଛି ମ୍ୟାଚ ବ୍ୟକ୍ତିଗତ ଭାବରେ ଭଲ ନ ହେବାରୁ ଏହା ଏକ ସାଧାରଣ ନିର୍ଣ୍ଣୟ ଥିଲା । ତେଣୁ ଖରାପ ପ୍ରଦର୍ଶନ ପରେ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ ବୋଲି ଅଧିନାୟକ ଫାଫ୍ ଡୁପ୍ଲେସିସ ଏବଂ କୋଚଙ୍କୁ ଅନୁରେଧ କରିଥିଲେ ମ୍ୟାକ୍ସୱେଲ । ବର୍ତ୍ତମାନ ସ୍ଥିତିରେ ମାନସିକ ତଥା ଶାରୀରିକ ଭାବରେ ବିଶ୍ରାମ ନେବାକୁ ଚାହୁଁଛନ୍ତି ବୋଲି ମ୍ୟାକ୍ସୱେଲ କହିଛନ୍ତି । ତେବେ ଏହି ସମସ୍ୟାରୁ ସୁସ୍ଥ ହେବା ପରେ ସେଦଳକୁ କମବ୍ୟାକ କରିପାରନ୍ତି ।

Get real time updates directly on you device, subscribe now.