fbpx

ରାତିସାରା ପଚରାଉଚରା କରିପାରିବେ ନାହିଁ, ଶୋଇବା ମାନବିକ ଅଧିକାର: ହାଇକୋର୍ଟ

ନୂଆଦିଲ୍ଲୀ: ସୋମବାର ଦିନ ଜଣେ ବୃଦ୍ଧ ବ୍ୟବସାୟୀଙ୍କୁ ଟଙ୍କା ଲଣ୍ଡରିଂ ମାମଲାରେ ରାତିସାରା ପଚରାଉଚରା କରିବା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କୁ ଭର୍ତ୍ସନା କରିଛନ୍ତି ବମ୍ବେ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଯେ ଶୋଇବାର ଅଧିକାର ହେଉଛି ଏକ ମୌଳିକ ଅଧିକାର ।

ଏହାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ । ମାମଲା ଏପରି ଯେ ବୃଦ୍ଧ ବ୍ୟବସାୟୀ ଇଡି ଗିରଫ ବିରୋଧରେ କୋର୍ଟରେ ଆବେଦନ କରିଥିଲେ । ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ରାତିରୁ ପରଦିନ ସକାଳ ୩.୩୦ ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା କରାଯାଇଥିଲା । ତା’ପରେ ତାଙ୍କୁ ସକାଳେ ଗିରଫ କରାଯାଇଥିଲା ।

ଜଷ୍ଟିସ ରେଭତୀ ମୋହିତ-ଡେରେ ଏବଂ ଜଷ୍ଟିସ ମଞ୍ଜୁଶା ଦେଶପାଣ୍ଡେଙ୍କ ଏକ ଡିଭିଜନ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ବେଞ୍ଚ କହିଛି ଯେ, ରାତିରେ ବୟାନ ରେକର୍ଡ କରାଯିବା ଉଚିତ ନୁହେଁ କାରଣ ଏହା ତାଙ୍କ ଭାବିବା ଏବଂ ବୁଝିବା କ୍ଷମତା ଉପରେ ପ୍ରଭାବ ପକାଇପାରେ । ଏହି ପ୍ରକାର ଅଭ୍ୟାସ ସମାପ୍ତ ହେବା ଉଚିତ୍ । ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ୬୪ ବର୍ଷିୟ ରାମ ଇସରାନୀଙ୍କ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି, ତେବେ ରାତାରାତି ପଚରାଉଚରା ପାଇଁ ଇଡିକୁ ଚେତାବନୀ ଦେଇଛି ।

Get real time updates directly on you device, subscribe now.