fbpx

Career Growth ପାଇଁ ଏପରି ରଖନ୍ତୁ ପର୍ସନାଲିଟି, କର୍ମକ୍ଷେତ୍ରରେ ହେବେ ପ୍ରଶଂସାର ପାତ୍ର, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଆମ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପର୍ସନାଲିଟି ବା ବ୍ୟକ୍ତିତ୍ୱର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । କିଛି ଲୋକଙ୍କ ପାଇଁ ପର୍ସନାଲିଟି ଇଶ୍ୱରଙ୍କ ଦାନ ଥାଏ ଏବଂ କିଛି ଲୋକଙ୍କୁ ପର୍ସନାଲିଟି ବିକଶିତ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ । କର୍ମକ୍ଷେତ୍ରରେ ବ୍ୟକ୍ତିର ପରିଚୟ ସେମାନଙ୍କ ପର୍ସନାଲିଟିରୁ ହିଁ ହୋଇଥାଏ । ଆମେ କାହା ସହ କିପରି କଥା ହେଉଛୁ, ଆମ ବ୍ୟବହାର କିପରି ରହିଛି, ଆଟିଟ୍ୟୁଡ୍ ଏବଂ ଅନ୍ୟ ଲୋକଙ୍କ ସହ ସୁସମ୍ପର୍କ ରଖିବାର ଶୌଳୀ ଆମ ବ୍ୟକ୍ତିତ୍ୱକୁ ସୂଚାଇଥାଏ । ତେବେ ଆସନ୍ତୁ ଜଣିବା କ୍ୟାରିୟର ଗ୍ରୋଥ୍ ପାଇଁ କେଉଁ ପର୍ସନାଲିଟି ଡେଭେଲପମେଣ୍ଟର କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

୧. ବଡି ଲାଙ୍ଗୁଏଜ୍‌: ଆପଣଙ୍କ ବସିବା ଉଠିବା, କଥା ହେବା, ଚାଲିବା ଶୈଳୀ ଇତ୍ୟାଦି ଆପଣଙ୍କ ବୃତ୍ତିଗତ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଅଧିକାଂଶ ସମୟରେ ଦେଖାଯାଏ ଯେ ସିନିୟରଙ୍କ ସାମ୍ନାରେ ବସିବା କିମ୍ବା କଥା ହେବା ସମୟରେ ଆମେ ଘାବରାଇ ଯାଇଥାଉ । କଥା ହେବା ସମୟରେ ବିଶେଷ କରି ହାତ ହଲାଇବା ଉଚିତ ନୁହେଁ । ତେଣୁ ଆପଣଙ୍କ ବଡି ଲାଙ୍ଗୁଲଜକୁ ସବୁବେଳେ ପ୍ରଫେସନାଲ ରଖିବା ପାଇଁ ଚେଷ୍ଟା କରନ୍ତୁ । ବଡି ଲାଙ୍ଗୁଲଜ୍ ଏପରି ହେବା ଉଚିତ କି ସାମ୍ନା ବ୍ୟକ୍ତିକୁ ଅନୁଭବ ନ ହେଉ ଯେ ଆପଣ ଆଟିଟ୍ୟୁଡ୍ ଦେଖାଉଛନ୍ତି ।

୨. ଭଲ ଡ୍ରେସିଙ୍ଗ ସେନ୍ସ୍‌: ଡ୍ରେସିଂ ସେନ୍ସ୍ ଆପଣଙ୍କ ପର୍ସନାଲିଟି ବିଷୟରେ ଅନେକ କିଛି କହିଥାଏ । ସ୍ଥାନ ଦେଖି ଅଫିସିଆଲ ଏବଂ କାଜୁଆଲ ପୋଷାକ ପରିଧାନ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ । ଅଫିସରେ ମିଟିଂ କିମ୍ବା ଜରୁରୀ କନଫେରେନ୍ସରେ ଭଲରେ ଇସ୍ତ୍ରୀ ହୋଇଥିବା ଫର୍ମାଲ ପୋଷାକ ପରିଧାନ କରିବା ସିନିୟରମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ସହ ଭଲ ଇମ୍ପ୍ରେସନ୍ ପକାଇଥାଏ । ସବୁବେଳେ ନିଜକୁ ପ୍ରେଜେଣ୍ଟେବଲ ରଖନ୍ତୁ । ଏହା ଆପଣଙ୍କୁ କନଫିଡେଣ୍ଟ ଲୁକ୍ ଦେଇଥାଏ ।

୩. କମ୍ୟୁନିକେସନ୍ ସ୍କିଲ୍‌: ପର୍ସନାଲିଟି ବିକାଶ କରିବା ଦିଗରେ ଉତ୍ତମ କମ୍ୟୁନିକେସନ୍ ସ୍କିଲ୍ ଆବଶ୍ୟକ ହୋଇଥାଏ । କାହା ସହ କଥା ହେବା ସମୟରେ ଆପଣଙ୍କ ଆୱାଜକୁ କୋମଳ ରଖିବାକୁ ଚେଷ୍ଟା କରନ୍ତୁ (ନା ବେଶି ଅଧିକା ଆୱାଜରେ ନା କମ୍‌) । କଥା ହେବା ସମୟରେ eye contact ରଖିବା ଇତ୍ୟାଦି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ସବୁବେଳେ ସାମ୍ନା ବ୍ୟକ୍ତିର କଥା ଶୁଣିବାକୁ ଚେଷ୍ଟା କରନ୍ତୁ ପ୍ରତି ବଦଳରେ ସେମାନେ ବି ଆପଣଙ୍କୁ ସେତିକି ମହତ୍ୱ ଦେବେ ।

୪. ଚିନ୍ତାମୁକ୍ତ ରୁହନ୍ତୁ: ଜୀବନରେ ଉତ୍ଥାନ ପତନ ଲାଗି ରହିଥାଏ । ଏଭଳି ପରିସ୍ଥିରେ ଘାବରାଇ ଯିବା ସ୍ୱାଭାବିକ କିନ୍ତୁ ଏହାକୁ ନିଜ ଉପରେ ହାବି ହେବା(ନିୟନ୍ତ୍ରଣ କରିବା)କୁ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କୁ ଚିନ୍ତାଗ୍ରସ୍ତ ରହିବା ସହ ଏହାର ପ୍ରଭାବ କାର୍ଯ୍ୟରେ ପ୍ରଦର୍ଶିତ ହୋଇଥାଏ । ଫଳରେ ଆପଣଙ୍କ ବ୍ୟକ୍ତିତ୍ୱ ବିକାଶରେ ବାଧା ସୃଷ୍ଟି କରିଥାଏ । ସବୁବେଳେ ସାହସ ଏବଂ ଧୈର୍ଯ୍ୟର ସହ ସମସ୍ୟାର ସାମ୍ନା କରିବା ପାଇଁ ନିଜକୁ ମାନସିକ ଭାବେ ପ୍ରସ୍ତତ ରଖନ୍ତୁ । ଏହି ଅଭ୍ୟାସ ଦ୍ୱାରା ଆପଣ କନଫିଡେଣ୍ଟ୍ ଅନୁଭବ କରିଥାନ୍ତି ।

Get real time updates directly on you device, subscribe now.