fbpx

ଖେଳ ଜଗତରେ ଶୋକର ଛାୟା; ଆଖି ବୁଜିଲେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଡେରେକ୍‌

ନୂଆଦିଲ୍ଲୀ: ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଡେରେକ୍‌ଙ୍କ ସୋମବାର ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଏକଦା ଡେରେକ୍‌ଙ୍କ ବୋଲିଂ ବଳରେ ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କୁ ଅସୁବିଧାରେ ପକାଇଥିଲା । ୬୦ ଓ ୭୦ ଦଶକର ପିଚ୍ ରେ ଡେରେକ୍ ଅଣ୍ଡରଉଡ୍ ଙ୍କ ଲହ ଖେଳିବା ବିପଜ୍ଜନକ ଥିଲା । ତାଙ୍କ ବଲ୍ କୁ ସାମ୍ନା କରିବାକୁ ଅଧିକାଂଶ ଖେଳାଳି ପଛଘୁଞ୍ଚା ଦେଉଥିଲେ । ସେତେବେଳେ ଖେଳାଳି ମାନଙ୍କ ମଧ୍ୟରେ ସେ ଖୁବ୍ ଲୋକପ୍ରିୟ ଥିଲେ । ଅଣ୍ଡରଉଡ୍ ୮୬ ଟେଷ୍ଟ୍ ରେ ୨୯୭ ୱିକେଟ୍ ଅକ୍ତିଆର କରିଥିଲେ ।

ଡେରେକ୍‌ ଜଣେ ଉଚ୍ଚକୋଟୀର ବୋଲର ହୋଇଥିଲେ ମଧ୍ୟ ୭୦ ଦଶକରେ ବିଶ୍ବ ସିରିଜ୍‌ କ୍ରିକେଟ୍‌ରେ ଅଂଶଗ୍ରହଣ କରିବା ଓ ୧୯୮୧-୮୨ରେ ଦକ୍ଷିଣ ଆଫ୍ରିକାକୁ ବିଦ୍ରୋହୀ ଗୋଷ୍ଠୀ ସହ ଯାତ୍ରା କରିଥିବାରୁ ତାଙ୍କୁ ବାସନ୍ଦ କରାଯାଇଥିଲା । ଯେଉଁଥି ପାଇଁ ୩୦୦ ମାଇଲ୍‌ଖୁଣ୍ଟଠୁ ଅଳ୍ପ ଦୂରରେ ରହିଯାଇଥିଲେ ସେ । ଡେରେକ୍‌ ଏମ୍‌ସିସିର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.