fbpx

ବିଳମ୍ବ ହୋଇପାରେ ମୈସୁମୀ ! ଦକ୍ଷିଣ-ପୂର୍ବ ଆରବ ସାଗରରେ ସାମ୍ଭାବ୍ୟ ଲଘୁଚାପ

ଭୁବନେଶ୍ୱର/ନୂଆଦିଲ୍ଲୀ : ଦେଶର ଅଧିକାଂଶ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ମଧ୍ୟ, ପୂର୍ବ ଓ ଉତ୍ତର ପ୍ରାନ୍ତର ଅଧିକାଂଶ ଅଞ୍ଚଳରେ ଜାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହି ସମୟରେ ମୌସୁମୀକୁ ନେଇ ଏକ ବଡ କବର ସାମ୍ନାକୁ ଆସିଛି । ନିର୍ଦ୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁବ ନାହିଁ । ମୌସୁମୀ ବିଳମ୍ବ ହେବାର ଆଶଙ୍କା କରାଯାଉଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ଆରବ ସାଗରରେ ପଶ୍ଚିମାବୟୁ ବାୟୁମଣ୍ଡଳରେ ୨.୧ କିମି ଉଚ୍ଚତା ଯାଏଁ ରହିଛି । ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇ ଘୂର୍ଣ୍ଣିବଳୟ ପ୍ରଭାବରେ ମେଘ ସମୂହ ସଂଗଠିତ ହୋଇ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ କେରଳରେ ବାଦଲ ଆଚ୍ଛାଦିତ ହେବା କମିଛି । ଆଗମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ନିମ୍ନ ଚାପ ସୃଷ୍ଟି ହେବାର ସମ୍ଭାବାନା ରହିଛି । ଏହା ଫଳରେ ଆରବସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବାନା ରହିଛି । ଲଘୁଚାପ ସୃଷ୍ଟି ହେବାର ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ ଆରବ ସାଗରରେ ଅବପାତରେ ପରିଣତ ହେବ । ଯାହା ଫଳରେ ମୌସୁମୀ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ଏଥର ମୌସୁମୀ କେରଳ ଉପକୂଳ ଛୁଇଁବାରେ ବିଳମ୍ବ ହୋଇପାରେ ବୋଲ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ତଦାରଖ କରାଯାଉଛି ।

Get real time updates directly on you device, subscribe now.