fbpx

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦୁଇଜଣ ଖେଳାଳି ବସିପାରନ୍ତି ବାହାରେ, ଜାଣନ୍ତୁ କିଏ କିଏ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିସାରିଥିବା ବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦ୍ୱିତୀୟ ଟେଷ୍ଟ । ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଟେଷ୍ଟରେ ଯଦି ଭାରତ ବିଜୟ ହାସଲ କରେ, ତେବେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ ଜିତି ଇତିହାସ ରଚିବ ଟିମ୍ ଇଣ୍ଡିଆ । ତେବେ ଆସନ୍ତାକାଲି ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ରେ ଦୁଇଜଣ ଖେଳାଳି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେବେ ଏହି ପରିବର୍ତ୍ତନ ବୋଲିଂ ବିଭାଗରେ ହୋଇପାରେ ।

ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଟିମ୍ ମ୍ୟାନେଜମେଣ୍ଟ ଅଲରାଉଣ୍ଡର ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ଦେଇପାରେ । ଉଭୟ ବ୍ୟାଟିଂ ଓ ବୋଲିଂରେ ଶାର୍ଦୁଲ ବିଶେଷ କମାଲ ଦେଖାଇ ପାରିନାହାନ୍ତି । ଜୋହାନ୍ସବର୍ଗ ପିଚରେ ଅଧିକ ଘାସ ଥିବାରୁ ପାଣିପାଗ ଦୃଷ୍ଟିରୁ ସେଠାରେ ପେସ ବୋଲରଙ୍କୁ ଫାଇଦା ମିଳିବ । ତେଣୁ ଭାରତ ୪ଟି ସ୍ପେଶାଲିଷ୍ଟ ଫାଷ୍ଟ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ । ସେହିପରି ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯାଇପାରେ । ଉଭୟ ଅଶ୍ୱିନ ଓ ବିହାରୀ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଇଛି ।

ସମ୍ଭାବ୍ୟ ପ୍ଲେଇଂ୧୧: କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ/ ହନୁମା ବିହାରୀ, ଶାର୍ଦୁଲ ଠାକୁର/ ଉମେଶ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ।

Get real time updates directly on you device, subscribe now.