fbpx
BSKY SKY
BSKY SKY

ରାଜ୍ୟରେ ମେଡିକାଲ କଲେଜରେ ବଢ଼ିବ MBBS ସିଟ୍ ସଂଖ୍ୟା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ଖୁବଶୀଘ୍ର ଏମବିବିଏସ୍ ସିଟ୍ ସଂଖ୍ୟା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଅଭିବୃଦ୍ଧି ନିମନ୍ତେ ୨୦୧୭-୧୮ରୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ସ୍ଥାପନ କରାଯାଇଛି । ରାଜ୍ୟର ମେଡିକାଲ କଲେଜରେ ଏମବିବିଏସ୍ ସିଟ୍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୭-୧୮ରେ ରାଜ୍ୟ ସରକାର କୋରାପୁଟ, ବଲାଙ୍ଗିର, ୨୦୧୮-୧୯ରେ ବାରିପଦା, ବାଲେଶ୍ୱର, ୨୦୨୧-୨୨ରେ ପୁରୀରେ ମେଡିକାଲ କଲେଜ ସ୍ଥାପନ କରିଥିଲେ । ୨୦୨୨-୨୩ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ମେଡିକାଲ କଲେଜରେ ଆଡମିଶନ ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୨୩-୨୪ରେ ଭବାନିପାଟଣା, ୨୦୨୪-୨୫ରେ ଯାଜପୁର, ଫୁଲବାଣୀରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ତିଆରି ଚାଲିଛି ।

ତେବେ ଉପରୋକ୍ତ ସମସ୍ତ ମେଡିକାଲ କଲେଜଗୁଡ଼ିକରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବା ପରେ ରାଜ୍ୟ ସରକାର ଅଧୀନସ୍ଥ ମେଡିକାଲ କଲେଜର ୫ ଶହ ଏମବିବିଏସ ସିଟ୍ ସଂଖ୍ୟା ବୃଦ୍ଧି ହେବ । କେନ୍ଦୁଝର ଓ ସୁନ୍ଦରଗଡ଼ରେ ୧୦୦ ଏମବିବିଏସ ସିଟ ବିଶିଷ୍ଟ ମେଡିକାଲ କଲେଜ ପାଇଁ ଏନଏମସି ନିକଟରେ ଆବେଦନ କରାଯାଇଛି ।

Get real time updates directly on you device, subscribe now.