fbpx

ଆଉ ଜଣେ ମଡେଲଙ୍କ ମୃତ୍ୟୁ: କୋଲକାତାର ୧୮ ବର୍ଷୀୟ ସରସ୍ୱତୀଙ୍କ ଆତ୍ମହତ୍ୟା

କୋଲକାତା: କୋଲକାତାରେ ବଢି ଚାଲିଛି ଆତ୍ମହତ୍ୟା ଘଟଣା । ସେ ବି ସିନେ ଜଗତ କିମ୍ବା ମଡେଲିଂ ଜଗତର କିଛି ଜଣାଶୁଣା ଚେହେରା ନେଉଛନ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ । ଦୁଇ ସପ୍ତାହ ମଧ୍ୟରେ ଏମିତି ଚତୁର୍ଥ ଘଟଣା ସାମନାକୁ ଆସିଛି । ମଞ୍ଜୁଷା, ବିଦିଶା ଏବଂ ପଲ୍ଲବୀଙ୍କ ମୃତ୍ୟୁ ପରେ ଏବେ ସରସ୍ୱତୀ ଆତ୍ମହତ୍ୟା ରାସ୍ତା ବାଛିଛନ୍ତି । ତେବେ ପୋଲିସ ଶବ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାଯାଇଛି ।

ଜଣେ ପ୍ରସିଦ୍ଧ ମଡେଲ ହେବା ସହିତ ସରସ୍ୱତୀ ଜଣେ ମେକଅପ ଆର୍ଟିଷ୍ଟ ମଧ୍ୟ ଥିଲେ । କିନ୍ତୁ ଶନିବାର ରାତିରେ ଓଢଣୀରେ ଆତ୍ମହତ୍ୟା କରିଛନ୍ତି । ବିଭିନ୍ନ ଦିଗରୁ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି । ଏବେ ପର୍ଯ୍ୟନ୍ତ ସମସ୍ତ ପରିସ୍ତିତିକୁ ଲକ୍ଷ୍ୟ କରି ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଅନୁମାନ କରାଯାଉଛି । ପ୍ରଥମେ ସରସ୍ୱତୀଙ୍କ ଜେଜେମା ତାଙ୍କୁ ଏମିତି ଝୁଲନ୍ତା ଅବସ୍ଥାରେ ଦେକିଥିଲେ । ତେବେ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଏନେଇ ସୂଚନା ଦେଇଥିଲେ ।

ଘରେ କେହି ନଥିବାର ସୁଯୋଗ ନେଇ ଏପରି ପଦକ୍ଷେପ ନେଇଛନ୍ତି ସରସ୍ୱତୀ । ତେବେ ତାଙ୍କ ଆତ୍ମହତ୍ୟାକୁ ପୋଲିସ ମଞ୍ଜୁଷା, ବିଦିଶା ଏବଂ ପଲ୍ଲବୀଙ୍କ ମୃତ୍ୟୁ ସହ ଜଡିତ ଥିବା ଅନୁମାନ କରୁଛି ପୋଲିସ । ସରସ୍ୱତୀଙ୍କ ମୋବାଇଲ ଜବତ କରିବା ସହ ତଦନ୍ତ ଆଗକୁ ବଢାଇଛି ପୋଲିସ । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ସେ ନେଇ ଆଗକୁ ଜଣାପଡିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.