fbpx

କୁକୁର ଆକ୍ରମଣରେ ଜଣେ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର

ପ୍ରତ୍ୟେକ ଦିନ କେହି ନା କେହି କୁକୁର ଆକ୍ରମଣର ଶିକାର ହେଉଥିବାର ଦେଖିବାକୁ ମିଳିଥାଏ । କିନ୍ତୁ କୁୁକୁର ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁ ହେବାର ଆଶଙ୍କା କମ ରହିଥାଏ । କିନ୍ତୁ ଏହି ଘଟଣା ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

ଏମିତିି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅମରୋହା ଜନପଦରେ । ହସନପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ପଡ଼ିଆରେ୨ ଜଣ ଶିଶୁ ଖେଳୁଥିଲେ ।ଏହି ସମୟରେ ହଠାତ କିଛି କୁକୁର ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । କୁକୁରମାନଙ୍କ ଆକ୍ରମଣରେ ଜଣେ ଶିଶୁ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି ।

ଗୁରୁତର ଆହତ ହୋଇଥିବା ଶିଶୁକୁ ଚିକିତ୍ସା ପାଇଁ ମେରଠର ହାୟର ସେଣ୍ଟରକୁ ପଠାଯାଇଛି । ସେପଟେ ମୃତ ଶିଶୁର ପରିବାର ଲୋକେ କ୍ଷତିପୂରଣ ପାଇଁ ଗଜରୋଲା ରାସ୍ତାକୁ ଅବରୋଧ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ପାଇଁ ଦାବି କରିଛନ୍ତି । କେବଳ ସେତିକି ନୁହେଁ, କ୍ଷତିପୂରଣ ସହ ବୁଲା କୁକୁରମାନଙ୍କୁ ଧରିବା ପାଇଁ ମଧ୍ୟ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Get real time updates directly on you device, subscribe now.