fbpx

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ୧୬ଟି ରାଜ୍ୟରେ ବଢ଼ିବ MBBS ସିଟ୍ ସଂଖ୍ୟା, ଓଡ଼ିଶାକୁ ମିଳିବ କେତେ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବଢ଼ିବ ଏମବିବିଏସ୍ ସିଟ୍ ସଂଖ୍ୟା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ ସଂସଦରେ ସୂଚନା ଦେଇଛନ୍ତି । ସେଣ୍ଟ୍ରାଲ ସ୍ପନସର୍ଡ ସ୍କିମ (ସିଏସଏସ) ଅଧୀନରେ ସରକାରୀ ମେଡିକାଲ କଲେଜଗୁଡ଼ିକୁ ଅପଗ୍ରେଡ୍ କରାଯିବ । ରାଜସ୍ଥାନରେ ସର୍ବାଧିକ ୭୦୦ଟି ମେଡିକାଲ୍ ସିଟ୍ ବଢ଼ିବ । ଏକ ପ୍ରଶ୍ନର ଉତ୍ତରରେ ସଂସଦରେ ଏହି ମତ ରଖିଥିଲେ ଶ୍ରୀ ମଣ୍ଡଭିୟ ।

ଶ୍ରୀ ମଣ୍ଡଭିୟ କହିଛନ୍ତି, ସିଏସଏସ ଅଧୀନରେ ସରକାରୀ ମେଡିକାଲ କଲେଜଗୁଡ଼ିକୁ ଅପଗ୍ରେଡ କରାଯିବା ପରେ ଏମବିବିଏସ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ । ମେଡିକାଲ କଲେଜମାନଙ୍କରେ ପିଜି ସିଟ୍ ସଂଖ୍ୟା ବଢ଼ିବ ଓ ନୂଆ ପିଜି ବିଷୟ ଆରମ୍ଭ କରାଯିବ । ଏଥିପାଇଁ ୧୬ଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୩୪୯୫ଟି ଏମବିବିଏସ ସିଟ୍କୁ ମଞ୍ଜୁରୀ ମିଳିଛି ।

ରିପୋର୍ଟ ମୁତାବକ, ରାଜସ୍ଥାନରେ ୭୦୦ ସିଟ୍, ମଧ୍ୟପ୍ରଦେଶରେ ୬୦୦, କର୍ଣ୍ଣାକଟକରେ ୫୫୦, ତାମିଲନାଡ଼ୁରେ ୩୪୫, ଗୁଜରାଟରେ ୨୭୦, ଓଡ଼ିଶାରେ ୨୦୦, ଆନ୍ଧ୍ରପ୍ରଦେଶରେ ୧୫୦, ମହାରାଷ୍ଟ୍ରରେ ୧୫୦, ଝାଡ଼ଖଣ୍ଡରେ ୧୦୦, ପଞ୍ଜାବରେ ୧୦୦, ପଶ୍ଚିମବଙ୍ଗରେ ୧୦୦, ଜମ୍ମୁ କଶ୍ମୀରରେ ୬୦, ମଣିପୁରରେ ୫୦, ୟୁପିରେ ୫୦, ଉତ୍ତରାଖଣ୍ଡରେ ୫୦, ହିମାଚଳ ପ୍ରଦେଶରେ ୨୦ଟି ସିଟ୍ ବଢ଼ିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସାରା ଦେଶରେ ମୋଟ ୯୧,୯୨୭ଟି ସରକାରୀ ଓ ବେସରକାରୀ ମେଡିକାଲ କଲେଜ ରହିଛି । ସେଥିମଧ୍ୟରୁ ୪୮,୦୧୨ଟି ସରକାରୀ ଓ ୪୩,୯୧୫ଟି ବେସରକାରୀ ଅଟେ । ତାମିଲନାଡ଼ୁରେ ସର୍ବାଧିକ ୧୦,୭୨୫ଟି ସିଟ୍ ରହିଛି ।

Get real time updates directly on you device, subscribe now.