fbpx

ଜଜଙ୍କ ବିରୋଧରେ ସୋସିଆଲ ମିଡିଆରେ ଚାଲୁଛି କ୍ୟାମ୍ପେନ: ମୁଖ୍ୟ ବିଚାରପତି ଏନ.ଭି.ରମଣା

ନୂଆଦିଲ୍ଳୀ: ଦେଶର ପ୍ରଧାନ ବିଚାରପତି ଏନ.ଭି ରାମଣା ନ୍ୟାୟପାଳିକାର ଆହ୍ୱାନ ତଥା ଗଣମାଧ୍ୟମର କାର୍ଯ୍ୟ ଉପରେ ମନ୍ତବ୍ୟ ଦେବା ସହ ନ୍ୟାୟପାଳିକାର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଏକ ମିଥ୍ୟା କାହାଣୀ ସୃଷ୍ଟି କରାଯାଇଛି ଯେ ବିଚାରପତିଙ୍କ ଜୀବନ ସହଜ ହୋଇଥାଏ । କିନ୍ତୁ ପ୍ରକୃତରେ ସେମାନେ ଜୀବନର ଖୁସି, ବେଳେବେଳେ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଘଟଣାକୁରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି । ନୂପୁର ଶର୍ମା ମାମଲାର ଏକ ରାୟ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟ ବିଚାରପତି କହିଛନ୍ତି ଯେ ଜଜଙ୍କ ବିରୋଧରେ ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲୁଛି ।

ମୁଖ୍ୟ ବିଚାରପତି ଏନ.ଭି.ରମଣଶ ଶନିବାର ରାଞ୍ଚିର ନାସନାଲ ୟୁନିଭର୍ସିଟି ଅଫ୍ ଷ୍ଟଡି ରିସର୍ଚ୍ଚ ଇନ୍ ଲ କଲେଜରେ ‘ଜଷ୍ଟିସ ଅଫ୍ ଏ ଜଜ୍’ କାର୍ଯ୍ୟକ୍ରମରେ ସମ୍ବୋନ୍ଧିତ କରିବା ସମୟରେ ଜଷ୍ଟିସ୍ ରମଣା କହିଥିଲେ ଯେ ଆଜିକାଲି ଇଲେକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆ ଲୋକତନ୍ତ୍ରକୁ କ୍ଷତି ପହଞ୍ଚାଉଛନ୍ତି । ସେ କହିଛନ୍ତି ଯେ ମିଡିଆ ବିନା ଯାଞ୍ଚ କରି କଙ୍ଗାରରୁ କୋର୍ଟ ଚଳାଉଛି । ସେ ଆହୁରି କହିଛନ୍ତି ଯେ କିଛି ସମୟରୁ ଦେଖୁଛୁ ଯେ ମିଡିଆ କଙ୍ଗାରୁ କୋର୍ଟ ଚଳାଉଛି । ଏହି କାରଣରୁ ଅନୁଭବି ଜଜଙ୍କୁ ମଧ୍ୟ କୌଣସି ଖାସ୍ ମାମଲାରେ ନିଷ୍ପତ୍ତି କରିବା କଷ୍ଟକର ହୋଇପଡ଼ୁଛି । ସେ କହିଛନ୍ତି ନ୍ୟାୟ ସହ ଜଡ଼ିତ ଭୁଲ୍ ସୂଚନା ଏବଂ ଏଜେଣ୍ଡା ଚଳାଇବା ସୁସ୍ଥ ଗଣତନ୍ତ୍ର ପାଇଁ ଠିକ୍ ନୁହେଁ ।

ଗଣମାଧ୍ୟମରେ ଉପରେ ପ୍ରଶ୍ନ କରିବା ସହ ଜଷ୍ଟିସ ରମଣା କହିଛନ୍ତି ଯେ ନିଜ ଦାୟିତ୍ୱବୋଧତାରୁ ଆଗକୁ ଯାଇ ମିଡିଆ ଆମର ଲୋକତନ୍ତ୍ରକୁ ଦୁଇ ପଦ ପଛକୁ ନେଇଯାଉଛି । ଅବଶ୍ୟ ପ୍ରିଣ୍ଟ ମିଡିଆ ଏବେବି କିଛି ଉତ୍ତରଦାୟିତ୍ୱର ସହ କାମ କରୁଛନ୍ତି, ଯେତେବେଳେକି ବୈଦ୍ୟୁତିକ ଗଣମାଧ୍ୟମ ପାଖରେ ଉତ୍ତରଦାୟିତ୍ୱର ଦେଖାଯାଉନାହିଁ ।

ମୁଖ୍ୟ ବିଚାରପତି ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ଉପରେ କରାଯାଇଥିବା ଟିପ୍ପଣୀର ଶୁଣାଣି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜଜମାନଙ୍କ ବିରୋଧରେ ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲୁଛି । ଜଜ୍ ତୁରନ୍ତ ପ୍ରତିକ୍ରିୟା ଦେଇପାରିବେନି କିନ୍ତୁ ଏହାକୁ ତାଙ୍କର ଦୁର୍ବଳତା ଭାବିବା ଠିକ୍ ନୁହେଁ । ପ୍ରତି ସପ୍ତାହରେ ୧୦୦ ରୁ ଅଧିକ ମାମଲା ପାଇଁ ପ୍ରସ୍ତୁତ ହେବା ସହଜ ନୁହେଁ  । ମୁଖ୍ୟ ବିଚାରପତି ରମଣା କହିଛନ୍ତି ଯେ ନିଷ୍ପତ୍ତି ଲେଖିବାବେଳେ ନିରପେକ୍ଷ ଅନୁସନ୍ଧାନ କରିବା ଆବଶ୍ୟକ । ପରଦିନ ପ୍ରସ୍ତୁତି ଅଦାଲତ ଖୋଲିବା ମାତ୍ରେ ଆରମ୍ଭ ହୋଇଥାଏ । ଶୁଣାଣି ପୂର୍ବରୁ ଘଣ୍ଟା ଘଣ୍ଟା ପେପର-ବହି ପଢ଼ିବାକୁ ପଡ଼େ । ଆମେ ସାପ୍ତାହିକ ଛୁଟି ଏବଂ କୋର୍ଟ ଛୁଟି ସମୟରେ ନିଷ୍ପତ୍ତି ଉପରେ ଚର୍ଚ୍ଚା କରିଥାଉ । ବେଳେବେଳେ ନିଷ୍ପତ୍ତିଗୁଡ଼ିକର ପୁନର୍ବିଚାର କରିବାକୁ ରାତି ଅନିଦ୍ରା ରହିବାକୁ ପଡ଼େ । ସେ ଜଜମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତାପ୍ରକାଶ କରିଛନ୍ତି ।

ମୁଖ୍ୟ ବିଚାରପତି କହିଛନ୍ତି ଯେ ଆମକୁ ଏକ ଜୀବନ୍ତ ଗଣତନ୍ତ୍ରର ଆବଶ୍ୟକତା ଅଛି ତେଣୁ ଆମକୁ ନ୍ୟାୟପାଳିକାକୁ ମଜବୁତ କରିବା ଏବଂ ବିଚାରପତିମାନଙ୍କୁ ସଶକ୍ତ କରିବା ଆବଶ୍ୟକ । ଆଜିକାଲି ବିଚାରପତିଙ୍କ ଉପରେ ଶାରୀରିକ ଆକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି ଯାହା ଚିନ୍ତାଜନକ ଅଟେ ।

Get real time updates directly on you device, subscribe now.