fbpx

ଦୁଇ ମିନିଟ୍ ପାଇଁ ମାଆ ଯାଇଥିଲେ ବାହାରକୁ, ଫେରିବା ବେଳକୁ ପାଇଲେ ଡାକ୍ତରୀ ପୁଅର ଝୁଲନ୍ତା ମୃତଦେହ

ଗୋହାନା, ୧୩ା୨: ହରିୟାଣାର ସୋନିପତ ଜିଲ୍ଲାର ଗୋହାନା ଅଞ୍ଚଳରେ ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମାଆ ବାହାରକୁ ଯାଇଥିବା ସମୟରେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ରୁମରେ ପହଞ୍ଚି ଛାତ୍ରଙ୍କ ମୃତଦେହ ଜବତ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଉଭୟ ମାଆ ଓ ପୁଅ ଏକ ହୋଟେଲରେ ରହୁଥିଲେ । ମାଆ କୌଣସି କାମରେ ବାହାରକୁ ଯାଇଥିବା ସମୟରେ ପୁଅ ହୋଟେଲ ରୁମର ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ମୃତକ ଏମବିବିଏସ ଛାତ୍ରଙ୍କ ନାମ ଡିମ୍ପି ଓ ସେ ରୋହତକ ଜିଲ୍ଲାର ଖେଡି ଗ୍ରାମର ନିବାସୀ ଅଟନ୍ତି । ଡିମ୍ପି ଅଧିକାଂଶ ସମୟରେ ମାନସିକ ଚାପରେ ରହୁଥିବା ତାଙ୍କର ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି । ଏନେଇ ଆଇପି ୧୭୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.