fbpx
BSKY SKY
BSKY SKY

ରାଜ୍ୟ ମେଡିକାଲ ଶିକ୍ଷା ସେବାରେ ଲାଗୁ ହେଲା ‘DACP’ ଯୋଜନା: ଏବେ ଦୁଇଟି ସୁନିଶ୍ଚିତ ପଦୋନ୍ନତି ପାଇବେ ଡାକ୍ତରୀ ଶିକ୍ଷକ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ମେଡିକାଲ ଓ ଡେଣ୍ଟାଲ କଲେଜରେ କାର୍ଯ୍ୟରତ ଥିବା ଡାକ୍ତରୀ ଶିକ୍ଷକମାନଙ୍କୁ ଏବେ ଦୁଇଟି ସୁନିଶ୍ଚିତ ପଦୋନ୍ନତି ମିଳିବ । ପୂର୍ବରୁ ବିଭିନ୍ନ କାରଣରୁ ଡାକ୍ତରଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିଲା । ଏଣିକି ନିଯୁକ୍ତି ପାଇବାର ୬ ବର୍ଷ ଓ ୧୨ ବର୍ଷରେ ଏହି ପଦୋନ୍ନତି ଦିଆଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟ ମେଡିକାଲ ଶିକ୍ଷା ସେବା (ଓଏମଇଏସ)ରେ ଡାଏନାମିକ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ (ଡିଏସିପି) ଯୋଜନା ଲାଗୁ କରାଯାଇଛି । ଏହାଫଳରେ ରାଜ୍ୟର ସରକାରୀ ମେଡିକାଲ ମେଡିକାଲ ଓ ଡେଣ୍ଟାଲ କଲେଜମାନଙ୍କରେ କାର୍ଯ୍ୟରତ ଡାକ୍ତରୀ ଶିକ୍ଷକଙ୍କୁ ଦୁଇଟି ସୁନିଶ୍ଚିତ ପଦୋନ୍ନତି ମିଳିବ । ଅନେକ ସମୟରେ ବିଭିନ୍ନ କାରଣରୁ ଓଏମଇଏସ କ୍ୟାଡରରେ କାର୍ଯ୍ୟରତ ଥିବା ଡାକ୍ତରଙ୍କର ପଦୋନ୍ନତିରେ ବିଳମ୍ବ ହୋଇଥାଏ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଡିଏସିପି ଲାଗୁ କରିଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଏଥିପାଇଁ ରାଜ୍ୟ ସରକାର ଏକ ସ୍କ୍ରିନିଂ କମିଟି ଗଠନ କରିବୋ ସହ ଯୋଗ୍ୟ ବିବେଚିତ ଡାକ୍ତରୀ ଶିକ୍ଷକଙ୍କୁ ସେଥିରେ ସାମିଲ କରିବେ । ସେଥିପାଇଁ ବର୍ଷର ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଥରେ ବୈଠକ ବସିବ । ଯେଉଁମାନେ ଧାର୍ଯ୍ୟ ସମୟ ପୂରଣ କରିଥିବେ ସେମାନଙ୍କୁ ଏହି କମିଟି ଚୟନ କରିବ । ଯୋଗ୍ୟତା ପୂରଣ କରୁନଥିବା କାରଣରୁ ବାଦ୍ ପଡ଼ିଥିବା ଶିକ୍ଷକଙ୍କୁ ପରବର୍ତ୍ତୀ ବର୍ଷ ବିଚାରକୁ ନିଆଯିବ । ଯଦି କୌଣସି ଡାକ୍ତର ନିୟମିତ ପଦୋନ୍ନତି ନେବାକୁ ଆଗ୍ରହ ପ୍ରକାଶ କରିନଥିବେ ତେବେ ତାଙ୍କୁ ଡିଏସିପି ଯେଜାନାରେ କୌଣସି ସୁବିଧା ମିଳିବ ନାହିଁ । ଡିଏସିପି ଅପଗ୍ରେଡରେ ସାମିଲ ହେଲେ ପଦରେ କୌଣସି ପରବର୍ତ୍ତନ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.