fbpx

‘ରାଜନୀତିରେ ପ୍ରବେଶ କରିବାର କୌଣସି ଇଚ୍ଛା ନାହିଁ’, ସ୍ପଷ୍ଟିକରଣ ଦେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: କ୍ରିକେଟ ଦୁନିଆର ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂହ । ରାଜନୈତିକ ପିଚରେ ନୂଆ ଇନିଂସ ଖେଳିବେ କି ଯୁବରାଜ ? ଏହାକୁ ନେଇ ଲାଗିରହିଛି ବିଭିନ୍ନ କଳ୍ପନା ଜଳ୍ପନା । ସେ ପଞ୍ଜାବର ଗୁରଦାସପୁରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ତେବେ ଶୁକ୍ରବାର ସେ ଏନେଇ ମିଡ଼ିଆ ସାମ୍ନାରେ ସ୍ପଷ୍ଟିକରଣ ଦେଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଏକ ପୋଷ୍ଟ କରି ଲେଖିଛନ୍ତି, ‘ତାଙ୍କର ରାଜନୀତିରେ ପ୍ରବେଶ କରିବାର କୌଣସି ଇଚ୍ଛା ନାହିଁ । ଲୋକଙ୍କ ସେବା କରିବା ଏବଂ ସେମାନଙ୍କୁ ସହଯୋଗ କରିବା ତାଙ୍କ ପ୍ୟାସନ୍ । ସ୍ୱେଚ୍ଛାସେବୀ ସଙ୍ଗଠନ @YOUWECAN ଜରିଆରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ ।’ ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଜେପି ବର୍ତ୍ତମାନ ସାଂସଦ ଥିବା ସନ୍ନି ଦେଓଲଙ୍କୁ ହଟାଇ ଗୁରୁଦାସପୁରରୁ ଯୁବରାଜ ସିଂହଙ୍କୁ ପ୍ରାର୍ଥୀ କରିବ । ନିତିନ ଗଡ଼କରୀଙ୍କ ସହ ଯୁବରାଜଙ୍କ ଏକ ବୈଠକ ପରେ ମିଡିଆରେ ଏହି ଖବର ଆସିଥିଲା । କିନ୍ତୁ ଶୁକ୍ରବାର ଯୁବରାଜ ଏହି ଖବର ସତ୍ୟାସତକୁ ଖଣ୍ଡନ କରିଛନ୍ତି ।

 

Get real time updates directly on you device, subscribe now.