fbpx

UPSC ପକ୍ଷରୁ ବିଜ୍ଞପ୍ତି: ୧୯୩୦ ଜଣ ନର୍ସିଂ ଅଫିସରଙ୍କୁ ଦିଆଯିବ ନିଯୁକ୍ତି

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନର୍ସିଂ ଅଫିସର ପଦ ପୂରଣ ପାଇଁ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ମୋଟ ୧୯୩୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଶର୍ଟ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଆଗକୁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇବ ।

ଏଥିପାଇଁ ମାର୍ଚ୍ଚ ୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଅରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖରେ ସମାପ୍ତ ହେବ । ମାର୍ଚ୍ଚ ୨୮ରୁ ଏପ୍ରିଲ ୩ ତରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନକୁ ସଂଶୋଧନ କରିପାରିବେ । ଅଣସଂରକ୍ଷିତ / ଆର୍ଥିକ ପଛୁଆ ଶ୍ରେଣୀ (ଇଡବ୍ଲ୍ୟୁଏସ) ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା ୩୦ ବର୍ଷ ରହିଥିବା ବେଳେ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପଇଁ ୩୩ ବର୍ଷ, ଅନୁସୂଚିତ ଜାତିି (ଏସସି) / ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୩୫ ବର୍ଷ ଓ ପିଡବ୍ଲ୍ୟୁବିଡିଙ୍କ ପାଇଁ ୪୦ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଅଣସଂରକ୍ଷିତଙ୍କ ପାଇଁ ୮୯୨ଟି, ଇଡବ୍ଲ୍ୟୁଏସଙ୍କ ପାଇଁ ୧୯୩ଟି, ଓବିସିଙ୍କ ପାଇଁ ୪୪୬ଟି, ଏସସିଙ୍କ ପାଇଁ ୨୩୫ଟି, ଏସଟିଙ୍କ ପାଇଁ ୧୬୪ଟି, ପିଡବ୍ଳ୍ୟୁବିଡିଙ୍କ ପାଇଁ ୧୬୮ଟି ପଦ ଖାଲି ରହିଛି । କର୍ମଚରୀ ରାଜ୍ୟ ବୀମା ନିଗମ, କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 07.03.2024

Get real time updates directly on you device, subscribe now.