fbpx
BSKY SKY
BSKY SKY

ଶାହାଜାହାନ ଶେଖ ଗିରଫ ହେବା ପରେ ୨ ପୋଲିସ ଅଧିକାରୀଙ୍କୁ ପଦରୁ ହଟାଇ ଦେଲେ ମମତା ସରକାର

BSKY

କୋଲକାତା: ସନ୍ଦେଶଖାଲି ଅତ୍ୟାଚାର ଓ ଜମି ଜବରଦଖଲ ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାଁଗିରଫ ହେବା ପରେ ମମତା ବାନାର୍ଜୀ ସରକାର ଶୁକ୍ରବାର ବଶିରହାଟ ପୋଲିସ ଜିଲ୍ଲାରୁ ଦୁଇ ଜଣ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି। ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି। ଗୁଇନ୍ଦା ବ୍ୟୁରୋ (ଡିଆଇବି) ନିର୍ଦ୍ଦେଶକ ଡିଏସପି ସୁଜିତ କୁମାର ମଣ୍ଡଳ ଓ ଇନ୍ସପେକ୍ଟର କାଜଲ ବାନାର୍ଜୀଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି। ସୁଜିତ କୁମାର ମଣ୍ଡଳଙ୍କୁ ରାୟଗଞ୍ଜ ଥାନାରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ କାଜଲ ବାନାର୍ଜୀଙ୍କୁ ରାଜ୍ୟ ସିଆଇଡିକୁ ବଦଳି କରାଯାଇଛି।

ସୁଜିତ କୁମାର ମଣ୍ଡଳଙ୍କ ସ୍ଥାନରେ ବାରାକପୁର ପୁଲିସ ଜିଲ୍ଲାର ଇନ୍ସପେକ୍ଟର ରାକେଶ ଚାଟାର୍ଜୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି କାଜଲ ଚାଟାର୍ଜୀ ହିଙ୍ଗଲଗଞ୍ଜ ଥାନା ଓ ହେମନଗର କୋସାସ ଥାନାର ତଦାରଖ କରିବେ। ତାଙ୍କ ସ୍ଥାନରେ ରକ୍ତିମ ଚଟ୍ଟୋପାଧ୍ୟାୟଙ୍କୁ ଦାୟିତ୍ୱ ଦିଆଯାଇଛି, ଯିଏ କି ପୂର୍ବରୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ସର୍କଲ ଇନ୍ସପେକ୍ଟର (ସିଆଇ) ଭାବେ କାର୍ଯ୍ୟ କରୁଥିଲେ।

ସିବିଆଇ, ଇଡି କିମ୍ବା ପଶ୍ଚିମବଙ୍ଗ ପୋଲିସ ଶେଖ୍ ଶାହାଜାହାନଙ୍କୁ ଗିରଫ କରିପାରିବେ ବୋଲି ବୁଧବାର ଦିନ କଲିକତା ହାଇକୋର୍ଟ କହିଥିଲେ। ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଅଟକ ରଖାଯାଇଥିଲା। ସୋମବାର ହାଇକୋର୍ଟ ତାଙ୍କୁ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଗତ କିଛି ସପ୍ତାହ ମଧ୍ୟରେ ଶେଖଙ୍କ ବିରୋଧରେ ୧୦୦ରୁ ଅଧିକ ଅଭିଯୋଗ ରୁଜୁ ହୋଇଛି ବୋଲି ପୋଲିସ କହିଛି। ଏହି ସମୟରେ ତାଙ୍କୁ ଗିରଫ ଦାବିରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

 

Get real time updates directly on you device, subscribe now.