fbpx

ସରିଲା ବିରୋଧୀ ଦଳ ନେତାଙ୍କ ବୈଠକ, ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ଭାବେ ଦେବେ ପ୍ରାର୍ଥୀ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିରୋଧୀ ଦଳ ବୈଠକ ଶେଷ ହୋଇଛି । ଏହି ବୈଠକରେ ବିରୋଧୀ ନେତା ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ଭାବରେ ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସୁଧୀନ୍ଦ୍ର କୁଲକର୍ଣ୍ଣୀ । ସେ କହିଛନ୍ତି ଯେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ଭାବେ ଜଣକୁ ପ୍ରାର୍ଥୀ କରିବାକୁ ସଂକଳ୍ପ ପାରିତ ହୋଇଛି । ଜଣେ ପ୍ରାଥୀଁ ଯିଏକି ପ୍ରକୃତରେ ସମ୍ବିଧାନର ସଂରକ୍ଷକ ଭାବେ କାମ କରିପାରିବେ ଏବଂ ମୋଦୀ ସରକାରଙ୍କୁ ଭାରତୀ ଗଣତନ୍ତ୍ର ଏବଂ ଭାରତର ସାମାଜିକ ପରମ୍ପରାକୁ କ୍ଷତି ପହଞ୍ଚାଇବାରୁ ରୋକିପାରିବ ।

ଏହି ବୈଠକରେ ଶରଦ ପାୱାର, ପିସି ଚାକୋ, ଆରଜେଡି ସାଂସଦ ମନୋଜ ଝା, ଓମାର ଅବଦୁଲ୍ଲା, ମେହବୁବା ମୁଫତି, ଏଚଡି ଦେବଗୌଡା, କୁମାରସ୍ୱାମୀ, ଟିଆର ବାଲୁ, ଅଖିଳେଶ ଯାଦବ, ପ୍ରିୟଙ୍କା ଚାଟୁର୍ବେଡି, ମଲ୍ଲିକାର୍ଜୁନ ଖାର୍ଜ ଏବଂ ରଣଦୀପ ସୁରଜୱାଲା ଯୋଗ ଦେଇଛନ୍ତି । ତେବେ ଆମ୍ ଆଦମୀ ପାର୍ଟି, ବିଜେଡି ଏବଂ ଟିଆରଏସ୍ ଏହି ବୈଠକରୁ ନିଜକୁ ଦୂରେଇ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀ ୨୨ ବିରୋଧୀ ଦଳଙ୍କୁ ଚିଠି ଲେଖି ବିଜେପି ବିରୋଧରେ ଏକଜୁଟ ହୋଇ ରାଷ୍ଟ୍ରପତି ନିର୍ବାଚନରେ ଏକତା ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି।

କୁହାଯାଉଛି ଯେ ବିରୋଧୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାତ୍ମା ଗାନ୍ଧୀଙ୍କୁ ନାତି ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାମ ସୁପାରିଶ କରିଛନ୍ତି ।

Get real time updates directly on you device, subscribe now.