fbpx

ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ କଣ କହିଲେ ଆୟୋଗ, ଜାଣନ୍ତୁ ବିସ୍ତୃତରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ନେଇ ବୈଠକ ପରେ ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ସୂଚନା ଦିଆଯାଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟ ସଚିବ, ଏସଆରସି, ସ୍ୱାସ୍ଥ୍ର ବିଭାଗ ଏସିଏସ୍ ଙ୍କ ସହିତ ଆଲୋଚନା କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ନେଇ ଆଜି ବୈଠକ ନିଆଯାଇଥିଲା । କୋଭିଡ୍ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆମେ କିଭଳି ସୁରକ୍ଷା ବଜାୟ ରଖିପାରିବୁ ସେନେଇ ଆଲୋଚନା କରାଯାଇଛି । ମତଦାତା ରାଜନୈତିକ ଦଳ ଓ ଷ୍ଟାଫ୍ ଙ୍କ ବାବଦରେ ମଧ୍ୟ ଆଲୋଚନା କରାଯାଇଛି । ଏ ଦିଗରେ ସରକାର ଇନପୁଟ୍ ଦେଇଛନ୍ତି, ଆଗକୁ ପଦକ୍ଷେପ ନେବୁ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.