ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଗିରଫ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କା ଋଣ ଠକେଇ କରି ଦେଶ ଛାଡ଼ି ପଳାଇଥିଲେ ମେହୁଲ ଚୋକସି।
ବେଲଜିୟମ: ବେଲଜିୟମରୁ ଗିରଫ ହେଲା ମେହୁଲ ଚୋକସି। PNB ଘୋଟାଲା ମାମଲାରେ ଫୋରାର ଥିଲା ମେହୁଲ ଚୋକସି। ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ଶନିବାର CBI ଗିରଫ କରି ଜେଲରେ ରଖିଥିବା ସୂଚନା ମିଳିଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କା ଋଣ ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି ୬୫ ବର୍ଷୀୟ ମେହୁଲ ଚୋକସିଙ୍କୁ ଶନିବାର ଗିରଫ କରାଯାଇଥିବା ବେଳେ, ସେ ଜେଲରେ ଅଛନ୍ତି।
ଭାରତ ଛାଡି ପଳାଇବା ପରେ ମୁମ୍ୱାଇ କୋର୍ଟ ୨ ଥର ତାଙ୍କ ବିରୋଧରେ ଆରେଷ୍ଟ ଓ୍ୱାରେଣ୍ଟ ଜାରି କରିଥିଲା।ମେଁ ୨୦୧୮ ଏବଂ ଜୁନ୍ ୨୦୨୧। ଏହି ଓ୍ୱାରେଣ୍ଟ ଆଧାରରେ ତାଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ। ଖୁବଶୀଘ୍ର ମେହୁଲକୁ ଭାରତ ଆଣିବାକୁ ପ୍ରୟାସ କରୁଛି CBI।
ସେପଟେ ଦେହ ଅସୁସ୍ଥତା ଦର୍ଶାଇ ମେହୁଲ ଚୋକସି ଜାମିନ ପାଇଁ ମଧ୍ୟ ଆବେଦନ କରିଥିବା ସୂଚନା ମିଳିଛି। ତବେ PNB ଠକେଇର ପର୍ଦ୍ଦାଫାସର ସପ୍ତାହେ ପୂର୍ବରୁ ଗତ ଜାନୁଆରୀ ୨୦୧୮ରେ ଦେଶ ଛାଡ଼ି ପଳାଇଥିଲେ। ଆଉ ଏବେ ଗିରଫ ହୋଇଛନ୍ତି।