fbpx

ଲକଡାଉନରେ ‘ସେକ୍ସ’ ପାର୍ଟି କରି ଧରାପଡିଲେ ସାଂସଦ, ଆଉ ତା’ପରେ

କରୋନା ଯୋଗୁଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ ଲାଗିଥିବା ବେଳେ ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । କିନ୍ତୁ ହଙ୍ଗେରୀର ୟୁରୋପୀୟ ସାଂସଦ ଜୋସେଫ ଜାଜେର ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ‘ସେକ୍ସ’ ପାର୍ଟି କରୁଥିବା ବେଳେ ଧରାପଡିଛନ୍ତି । ଟାଇମ୍ସ ୟୁକେର ରିପୋର୍ଟ ମୁତାବକ ତାଙ୍କୁ ଗିରଫ କରାଯାଇଛି । କରୋନା ଗାଇଡଲାଇନ୍ ଉଲ୍ଲଙ୍ଘନ କରିଥିବା କାରଣରୁ ପୋଲିସ ଏହି ପାର୍ଟି ଉପରେ ଚଢାଉ କରିଥିଲା । ଏହି ଘଟଣା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଜୋସେଫ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।

ସୂଚନା ମୁତାବକ, ପୋଲିସ ରେଡ ସମୟରେ ୫୯ ବର୍ଷୀୟ ଜୋସେଫ ପ୍ରଥମ ମହଲାର ଝରକାରୁ ଡେଇଁ ପଡିଥିଲେ, ଫଳରେ ଆହତ ହୋଇଥିଲେ । ସହରର ସେଣ୍ଟରରେ ଚାଲିଥିବା ଏହି ପାର୍ଟିରେ କେତେକ ୟୁରୋପୀୟ କୂଟନୀତିଜ୍ଞ ସମେତ ୨୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଏହା ସହ ସମସ୍ତ ଉପରେ ପ୍ରାୟ ୨୩ ହଜାର ଟଙ୍କାର ଜୋରିମାନା ଲଗାଯାଇଛି ।

ଏହି ପାର୍ଟିରେ ଡ୍ରଗ୍ସ ଓ କୌଣସି ସେକ୍ସୁଆଲ କାର୍ଯ୍ୟକଳାପ ଲିପ୍ତ ନଥିବା ଜୋସେଫ କହିଛନ୍ତି । ସେ କେବଳ ଗୋଟିଏ ଘରୋଇ ପାର୍ଟିରେ ଯୋଗ ଦେବାକୁ ଆସିଥିବା କହିଛନ୍ତି । ତେବେ କରୋନାର ଗାଇଡଲାଇନ୍ ଭାଙ୍ଗିଥିବାରୁ ସେ ନିଜ ପରିବାରକୁ କ୍ଷମା ମାଗିଛନ୍ତି ।

Get real time updates directly on you device, subscribe now.