ମହିଳାଙ୍କ ତୁଳନାରେ ପୁରୁଷଙ୍କ ରକ୍ତ ପିଇବାକୁୁ ଅଧିକାଂଶ ମଶା ପସନ୍ଦ କରନ୍ତି । ପୁରୁଷଙ୍କ ଶାରୀରିକ ଗଠନ ମହିଳାଙ୍କ ଅନୁସାରେ ବଡ଼ ହୋଇଥିବା କାରଣ ହେତୁ ମଶାମାନେ ଏପରି କରିଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି । ଆନାଲ୍ସ ଅଫ୍ ଇଣ୍ଟରନାଲ ମେଡିସିନ୍ ପକ୍ଷରୁ କରାଯାଇଥିବା ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଆକାରର ବ୍ୟକ୍ତି ବିଶେଷ ମଶାଙ୍କୁ ଅଧିକ ଆକୃଷ୍ଟ କରୁଥିବା ରିପୋର୍ଟରେ କୁହାଯାଇଛି ମହିଳାଙ୍କ ଶରୀରରୁ କ୍ଷରିତ ହେଉଥିବା ଆଷ୍ଟ୍ରୋଜେନ୍ ହରମୋନ ମଶାଙ୍କୁ ଆକୃଷ୍ଟ କରିଥାଏ ।
ସେହିପରି ସାଧାରଣ ମହିଳାଙ୍କ ତୁଳନାରେ ଗର୍ଭବତୀ ମହିଳାଙ୍କ ରକ୍ତ ପିଇବା ମଶା ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ସେ କାରଣରୁ ଗର୍ଭବତୀଙ୍କ ରକ୍ତ ମଶାଙ୍କୁ ୨ ଗୁଣା ଆକୃଷ୍ଟ କରୁଥିବା ଅଧ୍ୟୟନରେ କୁହାଯାଇଛି । କାର୍ବନ ଡାଇଅକ୍ସାଇଡ୍ ଏବଂ ଲାକ୍ଟିକ୍ ଏସିଡ୍ ପାଇଁ ଅନ୍ୟ ଜୀବଙ୍କ ତୁଳନାରେ ମଶା ମନୁଷ୍ୟ ଶରୀରର ରକ୍ତ ପିଇବାକୁ ଅଧିକ ପସନ୍ଦ କରୁଥିବା ନ୍ୟୁୟର୍କର ଆଲର୍ଜି ଏବଂ ଆସ୍ଥମା କେୟାରର ଡା କ୍ଲିଫୋର୍ଡ ଡବ୍ଲ୍ୟୁ . ବସେଟ୍ କହିଛନ୍ତି ।
ସେହିପରି ଝାଳୁଆ ବ୍ୟକ୍ତିଙ୍କ ରକ୍ତ ମଶାଙ୍କୁ ଅଧିକ ପସନ୍ଦ ଆସିଥାଏ ରିପୋର୍ଟ ମୁତାବକ ଅଣ୍ଡିରା ମଶାଙ୍କ ତୁଳନାରେ ମାଈ ମଶାମାନେ ମନୁଷ୍ୟ ରକ୍ତ ପିଇବାକୁ ପସନ୍ଦ କରିଥାନ୍ତି କାରଣ ମନୁଷ୍ୟ ରକ୍ତରେ ମାତ୍ରାଧିକ ପ୍ରୋଟିନ୍ ମଶାଙ୍କ ଅଣ୍ଡା ବଢ଼ିବାରେ ସହାୟକ ହୋଇଥାଏ । ଅଣ୍ଡିରା ମଶାମାନେ ମନୁଷ୍ୟଙ୍କଠାରୁ ରକ୍ତ ଶୋଷିବା ଅପେକ୍ଷା ସେମାନଙ୍କ ଚାରିପଟେ ଏକ ଶବ୍ଦ କରି ବୁଲିବାକୁ ପସନ୍ଦ କରନ୍ତି । ମାଈ ମଶାଙ୍କ ତୁଳନାରେ ଅଣ୍ଡିରା ମଶା କ୍ଷତିକାରକ ନୁହନ୍ତି ।