ପିରିୟଡ୍ସ ହେବାରୁ ଛାତ୍ରୀଙ୍କୁ କ୍ଲାସରୁ ବାହାର କରିଦେଲେ, ବାହାରେ ପରୀକ୍ଷା ଦେବାକୁ କଲେ ବାଧ୍ୟ

ନୂଆଦିଲ୍ଲୀ: ତାମିଲନାଡୁରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କର ଋତୁସ୍ରାବ ହେବାରୁ କ୍ଲାସରୁ ବାହାର କରିଦେଲେ। ଏଥିସହ ବାହାରେ ପରୀକ୍ଷା ଦେବାକୁ ବାଧ୍ୟ କରାଗଲା।

ଜଣେ ୮ମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀଙ୍କ ସହ ଏପରି ଘଟିଛି। ପୀଡ଼ିତା ଛାତ୍ରୀ ଜଣକ ଶ୍ରେଣୀଗୃହ ବାହାରେ ଥିବା ସିଡ଼ିରେ ବସି ପରୀକ୍ଷା ଦେଇଛନ୍ତି।

ଭିଡିଓ ଭାଇରାଲ ହେବା ପରେ ଅଧିକାରୀମାନର ଏବଂ ସ୍କୁଲ ପ୍ରଶାସନର ନୀଦ ଭାଙ୍ଗିଛି। ବର୍ତ୍ତମାନ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଏହି ବିଦ୍ୟାଳୟର ନାମ ସ୍ୱାମୀ ଚିଦାନନ୍ଦ ହାୟର ସେକେଣ୍ଡାରୀ ସ୍କୁଲ।