fbpx

ଋତୁସ୍ରାବ ଅକ୍ଷମତା ନୁହେଁ, ଆବଶ୍ୟକ ନାହିଁ ପେଡ୍ ଲିଭ: ସ୍ମୃତି ଇରାନୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ମହିଳାମାନଙ୍କ ଋତୁସ୍ରାବ ସମୟରେ ସେମାନଙ୍କୁ ଦରମା ସହିତ ଛୁଟି ଦେବା ପାଇଁ ଅନେକ କ୍ୟାମ୍ପେନ ଚଲାଯାଉଛି । ଏପରିକି ଏ ନେଇ ଅନେକ ସ୍ୱେଚ୍ଛାସେବୀ ସଂଗଠନମାନେ ମଧ୍ୟ ବିଭିନ୍ନ କ୍ୟାମ୍ପେନ ଚଲାଉଛନ୍ତି । ଅନେକ କର୍ପୋରେଟ ସେକ୍ଟରରେ ମଧ୍ୟ ଋତୁସ୍ରାବ ସମୟରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏପରିକି ୨ଟି ରାଜ୍ୟରେ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଦରମା ସହିତ ଛୁଟି ଦିଆଯିବା ନିୟମ ଲାଗୁ ମଧ୍ୟ ହୋଇଛି।

ତେବେ ବର୍ତ୍ତମାନ ଏହି ନିୟମରେ ଆସିଛି ପରିବର୍ତ୍ତନ । ଏଣିକି ଋତୁସ୍ରାବରେ ମହିଳାମାନଙ୍କୁ ମିଳିବନି ପେଡ୍ ଲିଭ । ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନିୟମକୁ ବଦଳାଇ ଦିଆଯାଇଛି ।ଏଣିକି ସରକାରୀ ଅବା ବେସରକାରୀ ଅନୁଷ୍ଠାନରେ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ମିଳିବ ନାହିଁ ପେଡ୍ ଲିଭ ।

ତେବେ ଏ ନେଇ ଆଜି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଏନେଇ ଆଜି ଘୋଷଣା କରିଛନ୍ତି । ତେବେ ରାଜ୍ୟସଭାରେ ସେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ କୁମାର ଝାଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ । ଦେଶରେ ଋତୁସ୍ରାବ ସ୍ୱଚ୍ଛତା ନୀତି ପ୍ରସଙ୍ଗରେ ରାଜ୍ୟସଭାରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

Get real time updates directly on you device, subscribe now.