ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଯାହାକୁ ଗ୍ରହ ଚଳନ କୁହାଯାଏ। କେତେକଙ୍କ ପାଇଁ ଏହି ପରିବର୍ତ୍ତନ ଶୁଭ ଏବଂ କେତେକଙ୍କ ପାଇଁ ଅଶୁଭ ହୋଇଥାଏ। ଜ୍ୟୋତିଷ ଗଣନା ଅନୁଯାୟୀ ଚଳିତ ବର୍ଷ ଦୀପାବଳିରେ ବୁଧ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନଭେମ୍ବର ୧ ରେ ବୁଧ ଶନିଙ୍କ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିବେ, ଯାହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିବ କିନ୍ତୁ ୩ଟି ରାଶି ପାଇଁ ଶୁଭ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ…
- ୧. ମିଥୁନ- ମିଥୁନ ରାଶିରେ ବୁଧଙ୍କ ପରିବର୍ତ୍ତନ ଖୁସି ଖବର ଆଣିବ। ଏହି ରାଶିର ବ୍ୟକ୍ତିମାନେ ନିଜ କ୍ୟାରିୟର ଓ ଚାକିରିରେ ବହୁତ ଉନ୍ନତି ପାଇବେ। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ। ପ୍ରେମ ଜୀବନ ସମସ୍ୟାରୁ ମୁକ୍ତି ପାଇବେ। ଜୀବନ ସହିତ ଭଲ ସମୟ ବିତାଇବାର ସୁଯୋଗ ପାଇବେ। ଏଥିସହିତ ନିବେଶ ପାଇଁ ସମୟ ଅନୁକୂଳ, ଭବିଷ୍ୟତରେ ଭଲ ରିଟର୍ଣ୍ଣ ମିଳିପାରେ।
- ୨. କନ୍ୟା- କନ୍ୟା ରାଶିର ଲୋକଙ୍କ ପାଇଁ ବୁଧ ନକ୍ଷତ୍ରର ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ରୋଜଗାରର ନୂତନ ଉତ୍ସ ମିଳିପାରେ, ଯାହା ଆର୍ଥିକ ସ୍ଥିତିରେ ସୁଧାର ଆଣିବ । ଏଥିସହ ଚାକିରି କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟର ପ୍ରଶଂସା ହୋଇପାରେ। ବସ୍ ଆପଣଙ୍କ କାମରେ ଖୁସି ରହିବେ। ପଦୋନ୍ନତି ସହିତ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ମଧ୍ୟ ଭଲ ରହିବ, ନୂଆ ଡିଲ୍ ମିଳିପାରେ, ଯେଉଁଥିରେ ଲାଭ ମଧ୍ୟ ଜବରଦସ୍ତ ହୋଇପାରେ।
- ୩. ତୁଳା- ତୁଳା ରାଶିର ଲୋକଙ୍କ ଅଟକି ରହିଥିବା ଟଙ୍କା ଫେରି ଆସିପାରେ। ଏଥିସହିତ ଦୀର୍ଘ ଦିନ ଧରି କୌଣସି କାର୍ଯ୍ୟରେ ବାଧା ଉପୁଜିଲେ ତାହା ଦୂର ହେବା ସହ ସଫଳତା ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ପ୍ରଚୁର ସହଯୋଗ ମିଳିବ ଏବଂ ଉନ୍ନତିର ମଧ୍ୟ ସମ୍ଭାବନା ରହିବ। ଏହି ସମୟରେ ଆପଣ କୌଣସି ସମ୍ପତ୍ତି ଏବଂ ଗାଡିର ମାଲିକ ହୋଇପାରିବେ। ଆର୍ଥିକ ଲାଭର ସମ୍ଭାବନା ରହିବ, ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି ସେମାନେ ମଧ୍ୟ ନିଜ ଇଚ୍ଛା ମୁତାବକ ଚାକିରି ଅଫର ପାଇପାରିବେ।