fbpx

ଏୟାର ଇଣ୍ଡିଆ ଛଟେଇ ପାଇଁ ଲଞ୍ଚ କଲା VRS, ପ୍ରଭାବିତ ହେବେ ଏତିକି କର୍ମଚାରୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏବଂ ବିସ୍ତାରା ଏୟାରଲାଇନ୍ସର ମିଶ୍ରଣ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି । ଏହି ଦୁଇଟି ଏୟାରଲାଇନ୍ସର ମର୍ଜର ଚଳିତ ବର୍ଷ ସଂପୂର୍ଣ୍ଣ କରାଯିବ । ଏହି ଦୁଇ ଏୟାରଲାଇନ୍ସରେ ପାଖାପାଖି ୧୮ ହଜାର କର୍ମଚାରୀ କାମ କରୁଛନ୍ତି । ଏଥିରୁ ୫୦୦ରୁ ୬୦୦ କର୍ମଚାରୀ ଏହି ମିଶ୍ରଣରେ ଶିକାର ହେବାକୁ ଯାଉଛନ୍ତି । ବର୍ତ୍ତମାନ ଏହି କର୍ମଚାରିଙ୍କ ପାଇଁ ଏୟାର ଇଣ୍ଡିଆ ଭଲ୍ୟୁଣ୍ଟାରୀ ରିଟାୟରମେଣ୍ଟ ସ୍କିମ ଲଞ୍ଚ କରିଛନ୍ତି । ଏହି ସମସ୍ତେ ସ୍ଥାୟୀ ଗ୍ରାଉଣ୍ଡର କର୍ମଚାରୀ ଅଟନ୍ତି ।

ଟାଟା ଗ୍ରୁପ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ଜଏଣ୍ଟ ବେଞ୍ଚର ବିସ୍ତାରା ଏୟାରଲାଇନ୍ସ ଚଳିତ ବର୍ଷର ଶେଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ସହ ମିଶିଯିବ । ଏୟାର ଇଣ୍ଡିଆର ଜଣେ ଅଧିକାରୀ ବିଜନେସ ଷ୍ଟାଣ୍ଡାର୍ଡଙ୍କୁ କହିଥିଲେ ଯେ, ମିଶ୍ରଣ ହେବାପରେ ଏତେ ଗ୍ରାଉଣ୍ଡ ଷ୍ଟାଫଙ୍କର ଆବଶ୍ୟକତା ନାହିଁ । ସେଥିପାଇଁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ବିଆରଏସ ଦିଆଯାଉଛି ।

ଏୟାର ଇଣ୍ଡିଆ ଗ୍ରାଉଣ୍ଡ ଷ୍ଟାଫଙ୍କୁ ପଠାଇଥିବା ଏକ ମେସେଜରେ କହିଛି ଯେ, ଆମେ ଏୟାର ଇଣ୍ଡିଆରେ ୫ ବର୍ଷୀୟ ସେବାର କର୍ମଚାରୀମାନଙ୍କ ପାଇଁ ଏକ ଭଲ୍ୟୁଣ୍ଟାରୀ ରିଟାୟରମେଣ୍ଟ ସ୍କିମ ଏବଂ ଏଥିରେ କମ ସେବା ଦେଉଥିବା କର୍ମଚାରୀମାନଙ୍କ ପାଇଁ ଏକ ଭଲ୍ୟୁଣ୍ଟାରୀ ସେପାରେସନ ସ୍କିମର ଘୋଷଣା କରିଛନ୍ତି । ଏୟାର ଇଣ୍ଡିଆ ଏହି ମାମଲାରେ ଟିପ୍ପଣୀ ଦେଇନାହିଁ । ଏୟାର ଇଣ୍ଡିଆ ନ୍ଖକ୍ସ ମେସେଜରେ କହିଛି ଯେ, ପାଇଲଟ ଏବଂ କେବିନ କ୍ରୁକୁ ଛାଡି ସମସ୍ତ ସ୍ଥାୟୀ ଗ୍ରାଉଣ୍ଡ ଷ୍ଟାଫ ଏହି ଯୋଜନାଗୁଡିକର ଲାଭ ନେଇପାରିବେ । ଦୁଇଟି ସ୍କିମର ଫାଇଦା ୧୬ ଅଗଷ୍ଟ ପର୍ଯ୍ୟନ୍ତ ଉଠାଯାଇ ପାରିବ ।

Get real time updates directly on you device, subscribe now.