fbpx
BSKY
BJD MC SKY
BJD MS SKY

କ୍ରୀଡା ଜଗତରେ କରୋନା ଆତଙ୍କ: ମେସିଙ୍କ ସହିତ ୪ ଫୁଟ୍‌ବଲର୍‌ କୋଭିଡ଼ ପଜିଟିଭ, ସଂଗରୋଧରେ ଚାଲିଛି ଚିକିତ୍ସା

ପ୍ୟାରିସ: ଗତ କେତେ ଦିନ ଧରି କ୍ରୀଡା ଜଗତକୁ କବଳିତ କରିଛି କରୋନା । କ୍ରିକେଟ ଓ ଟେନିସ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କ୍ରୀଡାରେ ପ୍ରବେଶ କରିଛି କାରାନା ମହାମାରୀ । ତେଣୁ ଚଳିତ ବର୍ଷର କ୍ରୀଡା ଦୁନିଆ ପାଇଁ କରୋନା  ବିପଦ ସଙ୍କେତ ଦେଲାଣି । ଫ୍ରାନ୍ସର ପ୍ୟାରିସ ସ୍ଥିତ ଲିଗ-୧ କ୍ଳବ ପ୍ୟାରିସ ସେଣ୍ଟ ଜର୍ମେନ ପାଇଁ ଖେଳୁଥିବା ବିଶ୍ୱର ଅନ୍ୟତମ ପ୍ରଖ୍ୟାତ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କ ସହିତ କ୍ଳବର ଅନ୍ୟ ତିନି ଖେଳାଳିଙ୍କୁ କରୋନା ହୋିଥିବା ଜଣାପଡିଛି ।

ଶନିବାର କ୍ଳବର ସମସ୍ତ ଖେଳାଳିଙ୍କର କରୋନା ପରୀକ୍ଷା କରା ଯାଇଥିବା ବେଳେ ୪ ଜଣ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି । କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଅନ୍ୟ ଖେଳାଳି ମାନେ ହେଲେ ଡିଫେଣ୍ଡର ଜୁଆନ ବରନାଟ, ବ୍ୟାକ ଅପ୍‌ ଗୋଲକିର ସର୍ଗିଓ ରିକୋ ଓ ମିଡଫିଲ୍ଡର ନାଥନ ବିଟୁମାଜାଲା । ସେହିପରି ଏହା ପୂର୍ବରୁ ସଂକ୍ରମିତ ହୋଇଥିବା ଅନ୍ୟ ୪ ଖେଳାଳି ବର୍ତ୍ତମାନ ସଂଗରୋଧରେ ଅଛନ୍ତି । ଦୀର୍ଘଦିନ ଧରି ସ୍ପେନର ବାର୍ସେଲୋନା କ୍ଳବ ପାଇଁ ଖେଳି ଆସୁଥିବା ମେସି ଚଳିତ ବର୍ଷ ପ୍ୟାରିସ ସେଣ୍ଟ ଜର୍ମେନ କ୍ଳବ ସହିତ ଅନୁବନ୍ଧିତ ହୋଇଛନ୍ତି । ତେବେ ସେ ଗତବର୍ଷ ଏହି କ୍ଳବ ପାଇଁ ୧୬ ମ୍ୟାଚ ଖେଳି ୬ ଗୋଲ ସ୍କୋର କରିଛନ୍ତି । ପ୍ୟାରିସ ଆସିବା ପୂର୍ବରୁ ସେ ଆର୍ଜେର୍ଟିନାରେ କୋଭିଡ ପରୀକ୍ଷା କରିଥିବା ବେଳେ ରିପୋର୍ଟ ନେଗେଟିଭ ଆସି ଥିଲା । ମାତ୍ର ପ୍ୟାରିସରେ ପହଞ୍ଚିବା ପରେ ପୁନଃ ପରୀକ୍ଷା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି ।

Get real time updates directly on you device, subscribe now.