fbpx

ଏଣିକି ହିନ୍ଦୀରେ ବି ବ୍ୟବହାର କରିପାରିବେ Meta AI, ରାଷ୍ଟ୍ରୀୟ ଭାଷାରେ ମିଳିବ ପ୍ରତି ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ମେଟା ଏଆଇ ବର୍ତ୍ତମାନ ହିନ୍ଦୀରେ ମଧ୍ୟ ଉପଲବ୍ଧ ରହିଛି । ଲାମା ୩-ଚାଳିତ ଜେନେରେଟିଭ ଏଆଇ ଟୁଲ ଛଅଟି ନୂଆ ଭାଷାକୁ ସାମିଲ କରିଛି । ହିନ୍ଦୀ ଭର୍ଜନ ବର୍ତ୍ତମାନ ହ୍ୱାଟ୍ସଆପ, ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଉପଲବ୍ଧ ହେବ । ଏହି ସ୍ଥାନରେ ମେଟା ଏଆଇ ପୂର୍ବରୁ ଉପଲବ୍ଧ ରହିଛି । ମେଟାର ସିଇଓ ମାର୍କ ଜୁକରବର୍ଗ ଏହି ବିଷୟରେ ସୂଚନା ଦେଇଛନ୍ତି । ମାର୍କ ଜୁକରବର୍ଗ କହିଛନ୍ତି ଯେ, ଆମ ଉଦ୍ଦେଶ୍ୟ ହେଉଛି, ଭର୍ଚୁଆଲ ଆସିଷ୍ଟାଣ୍ଟର କ୍ଷମତାକୁ ଅନେକଗୁଡିଏ ଦେଶରେ ପହଞ୍ଚାଇବା ଏବଂ ବ୍ୟବହାରୀଙ୍କ ଅଭିଜ୍ଞତାକୁ ଉତ୍ତମ କରିବା ।

ମେଟା ଏଆଇ ବର୍ତ୍ତମାନ ୬ଟି ନୂଆ ଭାଷାକୁ ସପୋର୍ଟ କରିଥାଏ, ଯେଉଁଥିରେ ଅଧିକ ୟୁଜର୍ସ ନିଜ ମାତୃଭାଷାରେ ସୁବିଧାଜନକ ଭାବେ କଥାବାର୍ତ୍ତା କରିପାରିବେ । ଏହି ନୂଆ ଭାଷାର ବ୍ୟବହାର ହ୍ୱାଟ୍ସଆପ ସମେତ ମେଟାର ଅନ୍ୟ ଆପ୍ସରେ ବି କରାଯାଇପାରିବ ।

ନୂଆ ଭାଷା ସହ ମେଟା ଏଆଇ ଭିନ୍ନ-ଭିନ୍ନ ସଂସ୍କୃତିମାନ ଏବଂ ଭାଷା ମଧ୍ୟରେ ଭଲ କନେକ୍ଟିଭିଟୀ ଏବଂ ନ୍ୟୁଜର ସୁବିଧା ପ୍ରଦାନ କରିଥାଏ । ମେଟାର ଏହି ପଦକ୍ଷେପ ଏହାକୁ ଗ୍ଲୋବାଲ ଲେବଲରେ ଆହୁରି ମଜବୁତ କରିବ ଏବଂ ୟୁଜର୍ସଙ୍କୁ ନିଜ ଭାଷାରେ ଉତ୍ତମ ଅନୁଭବ ପ୍ରଦାନ କରିବ ।

Get real time updates directly on you device, subscribe now.