fbpx

Meta Connect 2024; ଲଞ୍ଚ ହେଲା ଏଆଇ ଚଷମା, ମିଳିପାରିବ ଏହି ସୁବିଧା

ନୂଆଦିଲ୍ଲୀ : ଆୟୋଜିତ ହୋଇଛି ମେଟାର ବଡ ଇଭେଣ୍ଟ ମେଟା କନେକ୍ଚ 2024(Meta Connect 2024) । ଭାରତୀୟ ସମୟ ଅନୁସାରେ, ବୁଧବାର ରାତିରେ ବଡ ଘୋଷଣା କରାଯାଇଛି । କମ୍ପାନୀ Orionକୁ ଲଞ୍ଚ କରିଛି । ଏହା ସବୁଠାରୁ ଆଡଭାନ୍ସ ଗ୍ଲାସ ବୋଲି କୁହାଯାଉଛି । ଯଦି ଆମେ ଫିଚର ଦେଖିବା ତାହେଲେ ଏହା ଆପଲ୍ ଭିଜନ ପ୍ରୋ ଭଳି ମନେ ହେଉଥାଏ । ତେବେ ମେଟା ଏହା ସହିତ ଆହୁରି ମଧ୍ୟ ଅନେକ ପ୍ରଡକ୍ଟର ଘୋଷଣା କରିଛି । ନ୍ୟୁ ଏଣ୍ଟି ଲେବଲ ଭିଆର ହେଡସେଟ୍ କ୍ବେଷ୍ଟ 3S, ରେଓ୍ବାନ ମେଟା ସ୍ମାର୍ଟ ଗ୍ଲାସ ଏବଂ ମେଟା ଏଆଇରେ ଅନେକ ଫିଚର ସାମିଲ କରିଛି ।

Quest 3S- ମେଟା ନୂଆ କ୍ବେଷ୍ଟ ଥ୍ରି ଏସ୍ ଲଞ୍ଚ କରିଛି । ଏହି ହେଡସେଟ୍ ଭବିଷ୍ୟତରେ ଲୋକମାନଙ୍କ ପ୍ରଥମ ପସନ୍ଦ ହେବ ବୋଲି କୁହାଯାଇଛି । 299 ଆମେରିକୀୟ ଡଲାରର କ୍ବେଷ୍ଟ 2କୁ ଏହା ରିପ୍ଲେସ କରିବ । ଏହା ଲୋକଙ୍କୁ ଏକ ନୂଆ ଲୁକ୍ ଦେବ । ଏଥିରେ Qualcomm Snapdragon XR2 chip ଦିଆଯାଇଛି । ସେହିପରି ଅନେକ ଆପ୍ ଏବଂ ଗେମ୍ ମଧ୍ୟା ଆକ୍ସେସ କରିପାରିବେ । ମିକ୍ସଡ ରିଅଲିଟି ଏକ୍ସପେରିୟନ୍ସ ପାଇଁ କ୍ୟାମେରା ମଧ୍ୟ ଖଚିତ ହୋଇଛି । ଟଚ୍ କଣ୍ଟ୍ରୋଲ ଦ୍ବାରା ଏହାକୁ ଅପରେଟ କରିହେବ ।

ଲଞ୍ଚ ହେଲା ଓରିଓନ୍: ଅନେକ ଚର୍ଚ୍ଚା ପରେ ମେଟା Augmented Reality Glasses ଲଞ୍ଚ କରିଛି । ଏହାର ନାମ ଓରିଓନ୍ ରଖାଯାଇଛି । ଏଥିରେ ହେଲୋଗ୍ରାଫିକ ଡିସପ୍ଲେ ଦିଆଯାଇଛି । ଏହାକୁ ପିନ୍ଧି ହେଡ୍ ଜେସ୍ଚରର ଫିଚର କଣ୍ଟ୍ରୋଲ କରିପାରିବେ । ଏଥିପାଇଁ EMG wristband ପିନ୍ଧିବାକୁ ହେବ । ମେଟା ସୋର୍ସ ଏଆଇ ମଡେଲ ଏବଂ ମେଟା ଏଆଇର ଅପଡେଟ୍ କରୁଛି । ଏହା ପରେ ମେଟା ଏଆଇରେ ନୂଆ ଫିଚରକୁ ସାମିଲ କରାଯିବ । ମେଟା ଏଆଇରେ ଫଟୋ ଅପଲେଡ କରିବା ପରେ ଏହାକୁ ଏଡିଟ୍ କରିବା ପାଇଁ ମଧ୍ୟ କମାଣ୍ଡ ଦେଇଥାଏ ।

Get real time updates directly on you device, subscribe now.