fbpx

Meta ଲଞ୍ଚ କଲା ନୂଆ AI ଭାଷା ମଡେଲ ‘LLaMA’: ଗୁଗଲ-ମାଇକ୍ରୋସଫ୍ଟକୁ ଦେବ ଟକ୍କର

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଅବିଶ୍ୱସନୀୟ ଭାବେ ଆଗକୁ ବଢ଼ିବାରେ ଲାଗିଛି । ନିକଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ‘ଚାଟଜିପିଟି’କୁ ନେଇ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀଙ୍କ ନିଦ ଏବେ ହଜି ଯାଇଛି । ଏପରିକି ବର୍ଷ ବର୍ଷ ଧରି ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ ରାଜତ୍ୱ କରି ଆସିଥିବା ଗୁଗଲ ଉପରେ ‘ଚାଟଜିପିଟି’ ରୋକ ଲଗାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ବହୁ ବଡ଼ ବଡ଼ କମ୍ପାନୀ ‘ଚାଟଜିପିଟି’କୁ ନେଇ ବହୁମାତ୍ରାରେ ଚିନ୍ତାବ୍ୟକ୍ତ କରିଛନ୍ତି ।

ତେବେ ଏହା ମଧ୍ୟରେ ଏଆଇକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକର ସ୍ୱାମୀତ୍ୱ କମ୍ପାନୀ ମେଟା ଏଆଇ ଦୁନିଆରେ ପାଦ ଦେଇଛି । ଫେସବୁକ ଏଆଇ ଭାଷା ମଡେଲ ‘LLaMA’ ଲଞ୍ଚ କରିଛି । ଗୁଗଲ ଓ ମାଇକ୍ରୋସଫ୍ଟ ପରେ ଫେସବୁକ୍ ଏହି କ୍ଷେତ୍ରରେ ଏଣ୍ଟ୍ରି ମାରିଛି । ଏବେ ଏଆଇ କ୍ଷେତ୍ରରେ ଫେସବୁକ-ମାଇକ୍ରୋସଫ୍ଟ-ଗୁଗଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯିବ ।

ତେବେ ମେଟା ଫ୍ଲାଟଫର୍ମ ପକ୍ଷରୁ ନୂଆ ଭାଷା ମଡେଲ ଉପରେ ଆଧାରିତ ଏହି ଏଆଇ ଲଞ୍ଚ କରାଯାଇଥିବା ନେଇ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି । ଏହି ଭାଷା ମଡେଲର ନାମ ‘LLaMA’, ଯାହାକି ଟେକ୍ସଟକୁ ଜେନେରେଟ କରିବା ସହିତ କଥାବାର୍ତ୍ତା କରିବାରେ ସହାୟକ ହେବ । ଗାଣିତିକ ଥିଓରୋମକୁ ସମାଧାନ କରିବା ଢଙ୍ଗରେ ଏହାକୁ ବିକଶିତ କରାଯାଇଛି । ଗବେଷକଙ୍କ କାର୍ଯ୍ୟକୁ ଏହା ବିକଶିତ କରାଇବା ଉଦ୍ଦେଶ୍ୟରେ ଏହି ମଡେଲକୁ ଡିଜାଇନ କରାଯାଇଥିବା ମାର୍କ କହିଛନ୍ତି ।

Get real time updates directly on you device, subscribe now.