fbpx

ଭିଜିଲାନ୍ସ ଜାଲରେ ଫସିଲେ ଏମ୍‌ଆଇ : ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବାର ଧରାପଡିଛନ୍ତି

ଭବାନୀପାଟଣା : ଆଜିକାଲି ଦୁର୍ନୀତିର ମାମଲା ବଢିବାରେ ଲାଗିଛି । କିଏ ବ୍ରାଉନ ସୁଗର କାରବାର କରୁଛି ତ କିଏ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି । ସେହିଭଳି ଥୁ. ରାମପୁର ବ୍ଲକର ଏମ୍‌ଆଇ ଭିଜିଲାନ୍ସ ଜାଲରେ ଫସି ଯାଇଛନ୍ତି । ବ୍ଲକ ଅଫିସରେ ଲାଞ୍ଚ ନେବା ବେଳେ MI ସୁଶାନ୍ତ ମଲ୍ଲିକ ଧରାପଡ଼ିଛନ୍ତି । ଜଣେ ବ୍ୟକ୍ତିଙ୍କ ଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବେ ବେଳେ ଧରାପଡ଼ିଛନ୍ତି ଏମଆଇ ।

ସୂଚନାଯୋଗ୍ୟ ଯେ, ବାରିପଦା ପିଏସ ଡିଭିଜନର ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଏକାଥରରେ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲେ ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଥିଲା । ଏହି ଚଢାଉରେ ୨ଜଣ ଏସପି, ୩ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ଥିଲେ ।

Get real time updates directly on you device, subscribe now.